ଝରାଫୁଲ ହତ୍ୟାକାଣ୍ଡ ଉପରୁ ପରଦା ହଟିଲା; ୩୦ ହଜାର ଟଙ୍କା ପାଇଁ ଝରାଫୁଲଙ୍କୁ ହତ୍ୟା

ନିଶା ଦେଇ ଶ୍ବାସରୁଦ୍ଧ କରିି ହତ୍ୟା କରିଥିଲା ରାକେଶ, ମୁଖ୍ୟ ସହଯୋଗୀ ଶକ୍ତି ଗିରଫ; ଅନ୍ୟତମ ଅଭିିଯୁକ୍ତ ଅମରେଶର ଜାମିନ ଶୁଣାଣି ଆଜି ଉପସ୍ଥିତ ରହିବେ ଝରାଫୁଲଙ୍କ ବାପା

ଯାଜପୁର/ସଦର/ରସୁଲପୁର: ବହୁ ଚର୍ଚ୍ଚିତ ରମାଦେବୀ ବିଶ୍ବବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ହତ୍ୟାକାଣ୍ଡ ଉପରୁ ପରଦା ହଟାଇଛି ଯାାଜପୁର ପୁଲିସ। ଗାଡ଼ି କିଣିବା ପାଇଁ ଧାର ନେଇଥିବା ୩୦ ହଜାର ଟଙ୍କା ମାଗିବାରୁ ଝରାଫୁଲଙ୍କୁ ଯୋଜନାବଦ୍ଧ ଭାବେ ନିଶାଦେଇ ଶ୍ବାସରୁଦ୍ଧ କରି ହତ୍ୟା କରିଥିଲା ରାକେଶ ସ୍ବାଇଁ। ହୋଟେଲ ରୁମ୍‌ ବୁକ୍‌ କରିଥିବା ଅମରେଶ ରାଉତକୁ ପୁଲିସ ପୂର୍ବରୁ ଗିିରଫ କରିଥିବା ବେଳେ ଫେରାର ଥିବା ଶକ୍ତିଶେଖର ସ୍ବାଇଁଙ୍କୁ ଗିରଫ ପରେ ସଂପୂର୍ଣ୍ଣ ଘଟଣା ଉପରୁ ପରଦା ହଟିଛି।

ଏ ନେଇ ଆଜି ପାଣିକୋଇଲି ଠାରେ ଯାଜପୁର ଏସ୍‌ପି ରାହୁଲ ପିଆର୍‌ ସାମ୍ବାଦିକ ସମ୍ମିିଳନୀରେ ଘଟଣା ସଂପର୍କରେ ଗଣମାଧ୍ୟମକୁୁ କହିଛନ୍ତି। ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ବୁରୁନ୍ଦେଇପଶି ଗ୍ରାମର ରମାକାନ୍ତ ନାୟକଙ୍କ ଝିଅ ଝରାଫୁଲ ଭୁବନେଶ୍ବରର ରମାଦେବୀ ବିଶ୍ବବିଦ୍ୟାଳୟର ଦର୍ଶନ ବିଭାଗର +୩ ଦ୍ବିତୀୟ ବର୍ଷର ଛାତ୍ରୀ ଥିଲେ। ନିଜ ଘର ପାଖରେ ପାଣିପାଇପ୍ ଠିକା କାମ କରୁଥିବା ବେଳେ ଭୁବନେଶ୍ବର ସୁନ୍ଦରପଦା ଅଞ୍ଚଳର ରାକେଶ ସ୍ବାଇଁ ସହିତ ଝରାଫୁଲଙ୍କ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଏକଥା ଝରାଫୁଲଙ୍କ ପରିବାର ଲୋକ ଜାଣିବା ପରେ ବିରୋଧ କରୁଥିଲେ। କିନ୍ତୁ ଝରାଫୁଲ ଭୁବନେଶ୍ବରରେ ରହି ପଢୁଥିବାରୁ ଏହି ସଂପର୍କ ବଢିଥିଲା। ସଂପର୍କର ଆଳରେ ରାକେଶ ଝରାଫୁଲଙ୍କ ଠାରୁ ବାଇକ୍ କିଣିବା ପାଇଁ ୩୦ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଧାର ନେଇଥିଲା। ଝରାଫୁଲ ବାରମ୍ବାର ଏହି ଟଙ୍କା ମାଗିବାରୁ ଉଭୟଙ୍କ ସଂପର୍କ ବିଗିଡି ଥିଲା। ଝରାଫୁଲଙ୍କୁ ରାସ୍ତାରୁ ହଟାଇବା ପାଇଁ ରାକେଶ ଯୋଜନା କରିଥିଲା। ରାକେଶ ତାର ସାଙ୍ଗ ଅମରେଶ ରାଉତ ସହାୟତାରେ ହୋଟେଲ ରୁମ୍‌ ବୁକ୍‌ କରିଥିଲା। ଘଟଣା ଦିନ ଝରାଫୁଲକୁ ଟଙ୍କା ଦେବାକୁ କହି ରାକେଶ ହୋଟେଲକୁ ନେଇଥିଲା। ସେଠାରେ ଝରାଫୁଲକୁ ବାଧ୍ୟକରି ରାକେଶ ମଦ ପିଆଇଥିଲା।

ନିଶାଶକ୍ତ ଅବସ୍ଥାକୁ ଆସିବା ପରେ ଝରାଫୁଲଙ୍କ ନାକ ଓ ପାଟିକୁ ଚାପିଧରି ହତ୍ୟା କରିଥିଲା। ଜାନୁଆରି ୨୬ ତାରିଖରେ ହତ୍ୟା କରି ତା’ର ପରଦିନ ବା ୨୭ ତାରିଖରେ ଏକ ସ୍କୁଟିରେ (ନଂ-ଓଡି ୦୨ ବିପି ୭୮୮୫) ରାକେଶ ସ୍ବାଇଁ ଓ ଶକ୍ତି ଶେଖର ସ୍ବାଇଁ କୁଆଖିଆ ଥାନା ମୂଳାପାଳ ଛକ ଠାରୁ ଗଙ୍ଗାଧରପୁର ରାସ୍ତା ପାର୍ଶ୍ବରେ ଫିଙ୍ଗି ଦେଇ ପଳାଇଥିଲେ। ଯାହାକି ନିକଟରେ ଥିବା ଇଟା ଫ୍ୟାକ୍ଟ୍ରିର ସିସି କ୍ୟାମେରାରେ କଏଦ ହୋଇଥିଲା। ଝରାଫୁଲଙ୍କ ବାପା ଠାରୁ ରାକେଶ ସମ୍ପର୍କରେ କିିଛି ତଥ୍ୟ ପାଇବା ପରେ ଭୁବନେଶ୍ବର କମିଶନରେଟ୍‌ ପୁଲିସ ସହଯୋଗରେ ଯାଜପୁର ରୋଡ଼ ଏସ୍‌ଡିପିଓ ଚିନ୍ମୟ ନାୟକଙ୍କ ନେତୃତ୍ବରେ ତଦନ୍ତ ଆଗକୁ ବଢ଼ିଥିଲା। ଜାନୁଆରି ୨୮ ତାରିଖରେ ସୁନ୍ଦରପଦାରୁ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ବାଇଁକୁ ଗିରଫ କରାଯାଇଥିଲା। ଫେବ୍ରୁଆରି ୨ ତାରିଖରେ ରାକେଶକୁ ପୁଲିସ ରିମାଣ୍ଡରେ ଆଣି ଜେରା କରିଥିଲା। ରାକେଶ ଠାରୁ ତଥ୍ୟ ହାସଲ କରି ବ୍ୟବହୃତ ସ୍କୁଟି, ଡ୍ରେସ, ଜୋତା ଓ ମୋବାଇଲ ପ୍ରଭୃତି ଜବତ କରିିଥିଲା। ରାକେଶ ପେସାଦାର ଅପରାଧୀଙ୍କ ଭଳି ବିଭିନ୍ନ କଥା କହି ପୁଲିସକୁ ବିଭ୍ରାନ୍ତ କରିଥିଲା। ମାତ୍ର ବ୍ୟବଚ୍ଛେଦ ରିପୋର୍ଟ ଓ ଭିସେରା ରିପୋର୍ଟ ସହାୟତାରେ ଝରାଫୁଲକୁ ଶ୍ବାସରୁଦ୍ଧ କରି ହତ୍ୟା କରାଯାଇଥିବା ପ୍ରମାଣ ପୁଲିସ ହାତରେ ଲାଗିଥିଲା। ଏପ୍ରିଲ ୧୧ ତାରିଖରେ ମୁଖ୍ୟ ଅଭିଯୁକ୍ତ ରାକେଶର ଅନ୍ୟତମ ସହଯୋଗୀ ଭୁବନେଶ୍ବର ସୁନ୍ଦରପଦା ଅଞ୍ଚଳର ଅମ‌ରେଶ ରାଉତକୁ ଗିରଫ କରିଥିଲା।

ହତ୍ୟାକାଣ୍ଡ ପରେ ମୃତଦେହ ଫିଙ୍ଗିବା କାର୍ଯ୍ୟରେ ସହଯୋଗ କରିଥିବା ଶକ୍ତି ଶେଖର ପୁଲିସକୁ ଚକମା ଦେଇ ଆସୁଥିଲା। ଗତକାଲି ଯାଜପୁର ପୁଲିସ ବିଶେଷ ସୂତ୍ରରୁ ଖବର ପାଇ କମିସନରେଟ ପୁଲିସ ସହାୟତାରେ ଭୁବନେଶ୍ବରର ପଙ୍କପାଳର ସାଇ ମନ୍ଦିର ନିକଟ ଏକ ନିର୍ମଣାଧୀନ ଘରୁ କାବୁ କରିବାରେ ସଫଳ ହୋଇଥିଲା। ଝରାଫୁଲ ସହିତ ରାକେଶ ବାଇକ୍ କିଣିବା ପାଇଁ ୩୦ ହଜାର ଟଙ୍କା ଉଧାର ନେଇଥିଲା। ସେହି ଟଙ୍କା ଫେରାଇବାକୁ ଝରାଫୁଲ ରାକେଶକୁ ବାରମ୍ବାର କହିବା ସହିତ ଜିଦ୍‌ ଧରିଥିଲା। ତାଙ୍କ ପରିବାରକୁ ଟଙ୍କା ବିଷୟରେ ଜଣାଇ ଦେବାକୁ ଝରାଫୁଲ ରାକେଶକୁ ଧମକ ଦେଇଥିଲା। ରାକେଶ ଉତକ୍ଷିପ୍ତ ହୋଇପଡ଼ିବା ସହିତ ଝରାଫୁଲଙ୍କୁ ଜୀବନରୁ ମାରି ଦେବାକୁ ଷଡ଼୍ୟ‌ନ୍ତ୍ର କରିଥିଲା ବୋଲି ପୁଲିସ ତଦନ୍ତରୁ ଜଣାପଡ଼ିଛି। ରାକେଶ ସାଙ୍ଗ ଅମରେଶ ଜରିଆରେ ଓୟୋ ରୁମ ବୁକିଂ କରି କୌଶଳ କରି ଝରାଫୁଲକୁ ନିଶା ଦେଇ ପରେ ଶ୍ବାସରୁଦ୍ଧ କରି ହତ୍ୟା କରିଥିଲା ବୋଲି ଏସ୍‌ପି ରାହୁଲ ପିଆର ଆଜି ଗଣମାଧ୍ୟମକକୁୁ କହିଛନ୍ତି। ଗିରଫ ଶକ୍ତିକୁ ଆଜି କୋର୍ଟରେ ହାଜର କରିବା ପରେ ଜେଲ ହାଜତକୁ ପଠାଇ ଦିଆଯାଇଛି। ଶକ୍ତିକୁ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରିବ ବୋଲି ପୁଲିସ କହିଛି। ଏହି ମାମଲାରେ ଖୁବଶୀଘ୍ର କୋର୍ଟରେ ଚାର୍ଜସିଟ ଦାଖଲ କରାଯିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ସହଯୋଗୀ ଅଭିଯୁକ୍ତ ଅମରେଶ ରାଉତ ଜାମିନ ଆବେଦନ ଶୁଣାଣି ଆସନ୍ତାକାଲି ହେବ। କୋର୍ଟ ପକ୍ଷରୁ ଝରାଫୁଲଙ୍କ ବାପାଙ୍କୁ ପକ୍ଷ ରଖିବା ପାଇଁ ନୋଟିସ୍ କରାଯାଇଛି ବୋଲି ସରକାରୀ ଓକିଲ ସମରେନ୍ଦ୍ର ଦାସ ସୂଚନା ଦେଇଛନ୍ତି।

ଏସଡିପିଓ ଚିନ୍ମୟ ନାୟକଙ୍କ ନେତୃତ୍ବରେ କୁଆଖିଆ ଥାନା ଅଧିକାରୀ ମନୋଜ କୁମାର ସ୍ବାଇଁ, ମଞ୍ଚେଶ୍ବର ଥାନା ଏସ୍ଆ‌ଇ ଷ୍ଟାଲିନ୍ ବିଶ୍ବାଳ, ସ୍ପେଶାଲ ସ୍କ୍ବାଡ୍‌ର ସେକ୍ ୟୁସୁଫଙ୍କ ସହିତ ୬ଜଣିଆ ଟିମ୍ ମିଳିତ ଭାବରେ ଚଢ଼ଉ କରି ଶକ୍ତିଶେଖରକୁ ଧରିଥିବା ପ୍ରକାଶ।

ସମ୍ବନ୍ଧିତ ଖବର