ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଏନ୍ଏସିରେ ସୋମବାର ରାତି ପ୍ରାୟ ୯ଟାପରେ ପହଞ୍ଚି ପ୍ରଚାର କରିଛନ୍ତି ସାଂସଦ ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସୂଚନା ଅନୁସାରେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରେଢ଼ାଖୋଲ ଏନ୍ଏସିର ଯଦୁମଣିପାଟଣା ଓ ରଥସାହିରେ ପ୍ରଚାର କରି ଭୀମଭୋଇ ଛକଠାରେ ଶେଷ କରିଥିଲେ। ପ୍ରଚାର ସମୟରେ ସେ ଉଭୟ ସାହିରେ ରହୁଥିବା କର୍ମକର୍ତ୍ତାଙ୍କ ଘରକୁ ଘର ଯାଇ ଆଲୋଚନା କରିଥିଲେ। ଏହି ପ୍ରଚାର ସମୟରେ ଏନ୍ଏସି ଅଧ୍ୟକ୍ଷ ଶିବରାମ ସାହୁ, ଜିଲ୍ଲା ପରିଷଦ ସଦ୍ୟସ ଶରତ ପ୍ରଧାନ, ଦଳର ପ୍ରବକ୍ତା ସୁରଥ ବିଶ୍ୱାଳ, ଦଳର ବରିଷ୍ଠ ନେତା ପ୍ରତାପ ପ୍ରଧାନ, ନଗର ସଭାପତି ରାମାନୁଜ ମହାପାତ୍ର, ଏନଏସି ପୂର୍ବତନ ଅଧ୍ୟକ୍ଷ ସୁଷମା ମୁଣ୍ଡାଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ।
ରେଢ଼ାଖୋଲ: ରାତିରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚାର
/sambad/media/post_attachments/wp-content/uploads/2024/04/sfhfshsffshfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)