କେନ୍ଦ୍ର ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟା ପରିଷଦ ପୁନର୍ଗଠିତ

ଭୁବନେଶ୍ୱର: କେନ୍ଦ୍ର ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟା ପରିଷଦ ପୁନର୍ଗଠିତ ହୋଇଛି। ୨୦୧୮ରୁ ୨୦୨୨ ମସିହା ପାଇଁ ଗଠିତ ପରିଷଦରେ ବରିଷ୍ଠ କବି ତଥା ଅକାଦେମିର ସାଧାରଣ ପରିଷଦ ସଦସ୍ୟ ଅମରେଶ ପଟ୍ଟନାୟକ, ରେଭେନ୍ସା ବିଶ୍ୱବିଦ୍ୟାଳୟର ଏମରେଟସ୍‌ ପ୍ରଫେସର ବିଜୟ କୁମାର ଶତପଥୀ, ଉତ୍କଳ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଡକ୍ଟର ବିଷ୍ଣୁପ୍ରିୟା ଓତା, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଡକ୍ଟର ପ୍ରଦୀପ୍ତ କୁମାର ପଣ୍ଡା, ଗାଳ୍ପିକ ତରୁଣ କୁମାର ସାହୁ, କବି ବିମଳ ଜେନା, ପଞ୍ଚବଟୀର ସମ୍ପାଦକ ସୁଶାନ୍ତ କୁମାର ନାୟକ, ଅଧ୍ୟାପକ ଡକ୍ଟର ଶ୍ୟାମ ଭୋଇ ଏବଂ ଯୁବ ଗାଳ୍ପିକ କ୍ଷେତ୍ରବାସୀ ନାଏକ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। କାର୍ଯ୍ୟକାରୀ ପରିଷଦର ସଦସ୍ୟ ଡକ୍ଟର ବିଜୟାନନ୍ଦ ସିଂହ ଉପଦେଷ୍ଟା ପରିଷଦର ଆବାହକ ଭାବେ କାର୍ଯ୍ୟ କରିବେ ବୋଲି କେନ୍ଦ୍ର ସାହିତ୍ୟ ଅକାଦେମି ତରଫରୁ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର