ପାଟପୁର ଆମ ପୁଲିସ ସମିତି ଓ ‌ଆମ ଓଡ଼ିଶାର ମେଗା ଶିବିରରେ ରେକର୍ଡ଼, ୪୬୨ ୟୁନିଟ୍ ରକ୍ତ ସଂଗ୍ରହ

୧୯୧୧ ମସିହା ପରେ ଦ୍ବିତୀୟ ମେଗା ଶିବିର

ପାଟପୁର : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଆମ ପୁଲିସ ସମିତି ଓ ‘ସମ୍ବାଦ’ ଆମ ଓଡ଼ିଶା ମିଳିତ ସହ‌‌ଯୋଗରେ ଆଜି ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଥାନାଧିକାରୀ ସବ୍ୟସାଚୀ ମଲ୍ଲଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଏହି ଶିବିରରୁ ରେକର୍ଡ଼ସଂଖ୍ୟକ ୪୬୨ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି। ଆସିକା ସାଂସଦ ପ୍ରମିଳା ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦ୍‌ଘାଟନ କରିଥିବା ବେଳେ ଗଞ୍ଜାମ ଏସ୍‌.ପି.ବ୍ରିଜେଶ କୁମାର ରାଏ, ପୂର୍ବତନ ବିଧାୟକା ନନ୍ଦିନୀ ଦେବୀ, ଗଞ୍ଜମ ଜିଲ୍ଲା ପରିଷଦ ସଭାପତି ଅଞ୍ଜଳି ସ୍ୱାଇଁ, ସାନଖେମୁଣ୍ଡି ବ୍ଲକ୍ ଅଧ୍ୟକ୍ଷ ସୀମାଞ୍ଚଳ ପାତ୍ର, ବିଡିଓ ଗାୟତ୍ରୀ ଦତ୍ତନାୟକ, ଉପାଧ୍ୟକ୍ଷା ରିଙ୍କି ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ବିଜୟ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟା ସୁଲତା ରାଣୀ ସ୍ୱାଇଁ, ମାମାନି ପାତ୍ର, ଆସିକା ଥାନା ପ୍ରୋବେସନାରି ଆଇପିଏସ୍ ନଚିକେତା ସେଲକେ, ଆସିକା ଏସଡିପିଓ ଉମାଶଙ୍କର ସିଂହ, ସୋରଡ଼ା ଥାନାଧିକାରୀ ରମେଶ କୁମାର ପ୍ରଧାନ, ଶେରଗଡ଼ ଥାନାଧିକାରୀ ମନୋଜ କୁମାର ପ୍ରଧାନ, ଧରାକୋଟ ଥାନାଧିକାରୀ ଉମାକାନ୍ତ ସାହୁ, ବରଗଡ଼  ଥାନାଧିକାରୀ ସୁରଜ ଝଙ୍କାର ଓ ରାଜ୍ୟ ପାଚିକା ସଂଘ ସଭାପତି ଯୋଗେନ୍ଦ୍ର ସ୍ୱାଇଁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

ସାନଖେମୁଣ୍ଡି ତହସିଲଦାର ଡ.ଶ୍ରୀନିବାସ ବେହେରା ଓ ଆସିକା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ୍ ପାଟପୁର ଶାଖା ପରିଚାଳକ ମନୋଜ ବିଷୋୟୀ ରକ୍ତଦାନ କରିବା ସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଦିବ୍ୟାଙ୍ଗ ରଞ୍ଜନ କୁମାର ସେଠୀ, ପ୍ରଦୀପ ସ୍ୱାଇଁ  ଓ ମହିଳା ଲିଲି ସାହୁ, ଆରତୀ ସାହୁ, ସନ୍ଧ୍ୟାରାଣୀ ବିଷୋୟୀ ଓ ମିନତି ଗୌଡ଼ଙ୍କ ସମେତ ପୁଲିସ, ବିଭିନ୍ନ ବିଭାଗର କର୍ମଚାରୀ, ବ୍ଲକ୍‌ର ବିଭିନ୍ନ  ଓ ବାହାର ପଞ୍ଚାୟତରୁ ମୋଟ ୪୬୨ ଜଣ ରକ୍ତଦାତ କରିଥିଲେ।

ପାଟପୁର ଥାନା ଆମ ପୁଲିସ ସମିତିର ଆବାହକ ଡ.କୈଳାସ ଚନ୍ଦ୍ର ସ୍ୱାଇଁ, ସାଂସଦ ପ୍ରତିନିଧି ଅନ୍ତର୍ଯ୍ୟାମୀ ସ୍ୱାଇଁ, ପୋଡ଼ାମାରୀ ସରପଞ୍ଚ ସନ୍ତୋଷ କୁମାର ବିଷୋୟୀ, ସାନଖେମୁଣ୍ଡି ବିଜେଡି ବ୍ଲକ୍ ସଭାପତି ନୀଳମାଧବ ରାଉତ, କଙ୍କୋରଡ଼ା ସରପଞ୍ଚ ମିଥୁନ ସେଠୀଙ୍କ ସମେତ ବିଭିନ୍ନ ପଞ୍ଚାୟତରୁ ଆସିଥିବା ଜନପ୍ରତିନିଧି ଓ ବ୍ୟକ୍ତିବିଶେଷ ଗଣ ଯଥା ରୋହିତ ଖୁଣ୍ଟିଆ, ଅର୍ଣ୍ଣବ ନାୟକ, ସଞ୍ଜୟ ରାଉତ, ବିଜୟ ଭୂୟାଁ, ରମେଶ ସ୍ୱାଇଁ, ଅରୁଣ ସ୍ୱାଇଁ, ରାଜେଶ ପାତ୍ର, ନୀଳାଞ୍ଚଳ ପ୍ରଧାନ, ଅଳୟ ଦାସ, ଚିନ୍ତାମଣି ତ୍ରିପାଠୀ, ପାଟପୁର ସରପଞ୍ଚ ମୁକୁନ୍ଦ ବରାଡ଼, ସଙ୍କର୍ଷଣ ସ୍ଵାଇଁ, ବାବୁ ସୁବୁଦ୍ଧି, ଅଶୋକ ସାବତ, ଶୁକଦେବ ସ୍ୱାଇଁ, ସରଳ ପାଢ଼ୀ, ଧୋବା ସ୍ୱାଇଁ, ସହଦେବ ପ୍ରଧାନ, ସଂଗ୍ରାମ ବିଷୋୟୀ, ନିତ୍ୟାନନ୍ଦ ପ୍ରଧାନ, ରାଜୀବଲୋଚନ ପାତ୍ର, ସୁଶାନ୍ତ ସେଠୀ, କୈଳାସ ପାତ୍ର, ଜାଗିଲି ସେଠୀ, ଶ୍ୟାମାପ୍ରସାଦ ପାତ୍ର, ପ୍ରଶାନ୍ତ ରେଡ୍ଡୀ, ଜନାର୍ଦ୍ଦନ ପଲାଇ, ବିନୋଦ ପ୍ରଧାନ, କାଳୁ ସେଠୀ, ସୀତାରାମ ସ୍ୱାଇଁ, ବରିଷ୍ଠ ଆଇନଜୀବୀ ସତ୍ୟନାରାୟଣ ରଥ, ବାବୁଲା ମଣ୍ଡଳ, ଜୟରାମ ଦୋରା, କୃଷ୍ଣଚନ୍ଦ୍ର ଦୋରା, ମଙ୍ଗଳା ଗମାଙ୍ଗ, ଜଗନ୍ନାଥ ପ୍ରଧାନ, ସୀମାଞ୍ଚଳ ଗୌଡ଼, ନିରଞ୍ଜନ ନାୟକ, ସଚିନ ଗୌଡ, ତୋଫାନ ସ୍ଵାଇଁ, ବାପ ପ୍ରଧାନ, ରାମେଶ୍ଵର ପାତ୍ର, ବରିଷ୍ଠ ଆଇନଜୀବୀ ଚନ୍ଦ୍ରଧ୍ଵଜ ସିଂ, ଦେବରାଜ ସେଠୀ, କାଳୁଚରଣ ଭୂୟାଁ, ଶିବରାମ ପ୍ରଧାନ ଓ ଚିନ୍ମୟ କୁମାର ହୋତା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

ପାଟପୁର ଥାନା ଏସ୍‌ଆଇ ଟୁନା ପିଡିକା, ଶାନ୍ତନୁ ଦିଗାଲ, ଏଏସଆଇ ପରମେଶ୍ଵର ମଲ୍ଲିକ, ରମାକାନ୍ତ ଶବର, ହାବିଲଦାର ସରୋଜ କୁମାର ଦାସ, ଆଇନଜୀବୀ ବିଜୟ କୁମାର ପ୍ରଧାନ, କନେଷ୍ଟବଳ ଦେବେନ୍ଦ୍ର ବେହେରା, ଭେଙ୍କଟ ବେହେରା, ସଞ୍ଜିତ୍ କହଁର, ଏସ.ଗମାଙ୍ଗ, ହେମନ୍ତ ସାହୁ, ରମେଶ ମହାପାତ୍ର, ଏସ.କାର୍ଜି, ମୋନାଲିସା ମଲ୍ଲିକ, ଶିବାନୀ କୁଜୁରୁ, ଗୃହରକ୍ଷୀ ଶିବ ରଞ୍ଜନ ତ୍ରିପାଠୀ, ଆଦିତ୍ୟ ପ୍ରସାଦ ତ୍ରିପାଠୀ, ଅଶ୍ୱିନୀ କୁମାର ତ୍ରିପାଠୀ, ବସନ୍ତ ପ୍ରଧାନ, ଗଗନ ବିହାରୀ ଖୁଣ୍ଟିଆ, ମୁନା ଦଳେଇ ଓ ଗ୍ରାମରକ୍ଷୀ ବିପ୍ର ନାୟକ ଓ ଜାଗିଲି ନାୟକଙ୍କ ସମେତ ସମସ୍ତ କର୍ମଚାରୀ ସହୋଯାଗ କରିଥିଲେ।

‘ସମ୍ବାଦ’ ଓ ଆମ ଓଡ଼ିଶା ପ୍ରତିନିଧି ପ୍ରଶାନ୍ତ ତ୍ରିପାଠୀଙ୍କ ସଂଯୋଜନାରେ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ବ୍ରହ୍ମପୁର ଓ ଭଞ୍ଜନଗର ରକ୍ତଭଣ୍ଡାର କର୍ମଚାରୀ ରକ୍ତ ସଂଗ୍ରହ କରିଥିଲେ।  ପୂର୍ବରୁ ବ୍ରିଟିସ୍ ଅମଳରେ ୧୯୧୧ ମସିହାରେ ଥାନାରେ ଏଭଳି ପ୍ରଥମ ଥର ପାଇଁ ମେଗା ଶିବିର ଆୟୋଜିତ ହୋଇଥିଲା। ବର୍ତ୍ତମାନ ଥାନାଧିକାରୀ ଶ୍ରୀ ମଲ୍ଲଙ୍କ ବଳିଷ୍ଠ ଉଦ୍ୟମ ଓ ପରିଚାଳନାରେ ଏଭଳି ଶିବିର ସାନଖେମୁଣ୍ଡି ଅଞ୍ଚଳରେ ରେକର୍ଡ଼ ସୃଷ୍ଟି କରିଛି। ‘ଏହିପରି ମେଗା ରକ୍ତଦାନ ଶିବିର ଆୟୋଜନ କରିଥିବାରୁ ଖୁସି ଲାଗୁଛି। ଯଦ୍ବାରା ଅନ୍ୟ ଜୀବନଟିଏ ବଞ୍ଚିପାରିବ। ଆଗକୁ ବି ଏହି ପ୍ରୟାସ ଜାରି ରହିବ ବୋଲି ଥାନାଧିକାରୀ ଶ୍ରୀ ମଲ୍ଲ କହିଛନ୍ତି।

ସମ୍ବନ୍ଧିତ ଖବର