ରାଜ୍ୟରେ ଆଜି ସର୍ବାଧିକ ୬୧୨ କରୋନା ଆକ୍ରାନ୍ତ ସୁସ୍ଥ, ୧୦,୦୦୦ ଟପିଲା ସୁସ୍ଥଙ୍କ ସଂଖ୍ୟା

ଭୁବନେଶ୍ୱର: ଆଜି ରାଜ୍ୟରେ ସର୍ବାଧିକ ୬୧୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ  ଓ ପରିବାର କଲ୍ୟାଣ  ବିଭାଗ ଟୁଇଟ କରି ସୂଚନା ଦେଇଛି।  ଏହା ଫଳରେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୧୦,୦୦୦ ଟପିଛି।  ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରେ ଏଯାବତ ୧୦, ୪୭୬ଜଣ କରୋନା ରୋଗୀ ମହାମାରୀ କରୋନାକୁ ମାତ ଦେଇ ଘରକୁ ଫେରିଛନ୍ତି।

ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୭୦ଜଣ କରୋନା ରୋଗୀ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରୁ ୮୪ଜଣ, କେନ୍ଦୁଝର ଜିଲ୍ଲାରୁ ୪୮ଜଣ, ଗଜପତି ଜିଲ୍ଲାରୁ ୩୫ଜଣ, ବାଲେଶ୍ୱର ଜିଲ୍ଲାରୁ ୩୧ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୮ଜଣ, ନୟାଗଡ଼ ଜିଲ୍ଲାରୁ ୨୫ଜଣ, ଯାଜପୁର ଜିଲ୍ଲାରୁ ୨୦ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୫ଜଣ, କଟକ ଜିଲ୍ଲାରୁ ୧୦ଜଣ, କୋରାପୁଟ ଜିଲ୍ଲାରୁ ୧୦ଜଣ, ଜଗତସିଂହପୁର ଜିଲ୍ଲାରୁ ୧୦ଜଣ, ବରଗଡ଼ ଜିଲ୍ଲାରୁ ୬ଜଣ, ପୁରୀ ଜିଲ୍ଲାରୁ ୬ଜଣ, ବଲାଙ୍ଗୀର ଜିଲ୍ଲାରୁ ୫ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୩ଜଣ, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରୁ ୨ଜଣ ଲେଖାଏଁ ଏବଂ ରାୟଗଡ଼ା ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଆଜି ସୁସ୍ଥ ହୋଇଛନ୍ତି।

Coronavirus Outbreak Updates: India now has 1,000 COVID-19 testing ...
Firstpost

କୋଭିଡ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିବା ଏହି ୬୧୨ଜଣଙ୍କ ଚିକିତ୍ସା ପରେ  ସ୍ୱାବ ପରୀକ୍ଷା ପାଇଁ ଯାଇଥିଲା। ପରୀକ୍ଷା ରିପୋର୍ଟ  ନେଗେଟିଭ୍‌ ଆସିବା ପରେ ହସ୍‌ପିଟାଲରୁ ସମସ୍ତ ସୁସ୍ଥଙ୍କୁ ଛୁଟି ମିଳିଛି।

ସମ୍ବନ୍ଧିତ ଖବର