ସମ୍ବଲପୁର: ଭିମ୍ସାର ହୃଦ୍ରୋଗ ବିଭାଗରେ ରୋଗୀ ସଂଖ୍ୟା ବଢ଼ିବାରେ ଲାଗିଛି। ଗତକାଲି ହୃଦ୍ରୋଗ ବର୍ହି ବିଭାଗରେ ସବୁଠାରୁ ଅଧିକ ରୋଗୀ ଆସିଥିଲେ। ଅନ୍ୟ ଦିନମାନଙ୍କରେ ହୃଦ୍ରୋଗ ବର୍ହି ବିଭାଗକୁ ପାଖାପାଖି ୧୫୦ କିମ୍ବା ସାମାନ୍ୟ ଅଧିକ ରୋଗୀ ଆସୁଥିବା ବେଳେ ଗତକାଲି କିନ୍ତୁ ୨୦୭ ଜଣ ରୋଗୀ ଆସିଥିଲେ।
ରୋଗୀ ସଂଖ୍ୟା ଅଧିକ ହୋଇଥିଲେ ବି ସବୁ ରୋଗୀ କିନ୍ତୁ ଧୈର୍ଯ୍ୟର ସହିତ ନିଜ ପାଳି ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ଡାକ୍ତର ଓ କର୍ମଚାରୀମାନଙ୍କ ଉଦ୍ୟମ ଯୋଗୁ ଏହି ବିଭାଗ ପ୍ରତି ରୋଗୀଙ୍କ ଆସ୍ଥା ବଢ଼ିବାରେ ଲାଗିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/9-6.jpg)