ବ୍ୟାସନଗର : ଯାଜପୁରରୋଡ୍ସ୍ଥିତ ପ୍ରୟାସ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ପ୍ରବେଶିକ ପରୀକ୍ଷା ଆଜି ସବୁ ରେକର୍ଡ ଭାଙ୍ଗିଦେଇଛି। ପୂର୍ବରୁ ପରୀକ୍ଷାଫଳରେ ସଫଳତାର ଶୀର୍ଷ ଛୁଇଁଥିବା ଏହି ଶିକ୍ଷାନୁଷ୍ଠାନ ପକ୍ଷରୁ ସାରା ଓଡିଶାରେ ଆଜି ସିବିଏସ୍ଇ ଦ୍ଵାଦଶ ଶ୍ରେଣୀ ପାଇଁ ପ୍ରବେଶିକା ପରୀକ୍ଷା କରାଯାଇଥିଲା। ଏଠାରେ ୨୫୦ ଆସନ ଥିବାବେଳେ ଆଜି ପରୀକ୍ଷା ପାଇଁ ପ୍ରୟାସ ଶିକ୍ଷାନୁଷ୍ଠାନ ପରିସର ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମେଳରେ ଲୋକାରଣ୍ୟ ହୋଇଯାଇଥିଲା। ଯାଜପୁର ଜିଲ୍ଲା ସମେତ ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, କେନ୍ଦୁଝର, ଝାରସୁଗୁଡ଼ା, ରାୟଗଡ଼ା, କୋରାପୁଟ, ଅନୁଗୁଳ, ଗଜପତି, ଢେଙ୍କାନାଳ, ସମ୍ବଲପୁର ଆଦି ୨୩ ଜିଲ୍ଲାରୁ ୯ ଶହ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।
/sambad/media/post_attachments/wp-content/uploads/2023/02/exam-jaj2-750x430.jpg)
ପୂର୍ବରୁ କଟକ, ଭୁବନେଶ୍ବରର ବଡ଼ବଡ଼ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ପାଇଁ ଏଭଳି ଧାଡ଼ି ଲାଗୁଥିଲା। ଆଜି ବ୍ୟାସନଗର ପୌରାଞ୍ଚଳ ଧବଳଗିରିସ୍ଥିତ ପ୍ରୟାସ କ୍ଲାସେସ ସମସ୍ତଙ୍କୁ ପଛରେ ପକାଇଦେଇଛି। ଯାଜପୁର ଜିଲ୍ଲା ବ୍ୟାସନଗର ପାଇଁ ଏହା ଗର୍ବର ବିଷୟ ବୋଲି ଏଣ୍ଟ୍ରାନ୍ସ ଦେବାକୁ ଆସିଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅଭିଭାବକଙ୍କ କହିବାନୁସାରେ ପିଲାଙ୍କ ଏଣ୍ଟ୍ରାନ୍ସ ପାଇଁ ସେମାନେ ଦିନକ ପୂର୍ବରୁ ଆସି ଏଠାରେ ହୋଟେଲରେ ରହିଥିଲେ। ଏଣ୍ଟ୍ରାନ୍ସ ଟେଷ୍ଟ ୧୧ଟା ୩୦ ରୁ ଆରମ୍ଭ ହୋଇ ଗୋଟାଏ ୩୦ ମିନିଟ୍ରେ ଶେଷ ହୋଇଥିଲା। ପ୍ରୟାସର ଶିକ୍ଷାଦାନ ଉପରେ ଭରସା କରି ଏତେ ସଂଖ୍ୟାରେ ଛାତ୍ରଛାତ୍ରୀ ଏଣ୍ଟ୍ରାନ୍ସ ଦେଇଥିବାରୁ ଅନୁଷ୍ଠାନ ପକ୍ଷରୁ ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/exam-jaj.jpg)
