ହିଞ୍ଜିଳିରେ ରେକର୍ଡ ପାସ୍‌ହାର: ୯୯.୭୬%

ମାଟ୍ରିକ୍‌: ୧୭୭୪ରୁ ୧୭୬୬ ପାସ୍‌

ହିଞ୍ଜିଳିକାଟୁ : ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ହିଞ୍ଜିଳିକାଟୁ ବ୍ଲକ୍ ଓ ପୌର ପରିଷଦର ପାସ୍‌ ହାର ରହିଛି ୯୯.୭୬ ପ୍ରତିଶତ। ବ୍ଲକ୍ ଶିକ୍ଷାମଣ୍ଡଳ ଅଧୀନ ଗୋଟିଏ ସଂସ୍କୃତ ଟୋଲ୍‌, ୨୪ଟି ସରକାରୀ ଓ ଗୋଟିଏ ବେସରକାରୀ ଉଚ୍ଚବିଦ୍ୟାଳୟର ମୋଟ୍‌ ୧୭୭୪ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୭୬୬ ଜଣ ପାସ୍‌ କରିଛନ୍ତି।

ସୂଚନା ଅନୁସ‌ାରେ, ପୌରାଞ୍ଚଳସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ଶ୍ରୀୟାଂସୁ ରଥ ୫୫୮ ମାର୍କ ରଖି ବ୍ଲକ୍ ଟପର୍‌ ହୋଇଛନ୍ତି। ହିଞ୍ଜିଳିକାଟୁ ସରସ୍ୱତୀ ଶିଶୁମନ୍ଦିରର ୪ଜଣ, ବୃନ୍ଦାବନ ଉଚ୍ଚବିଦ୍ୟାଳୟର ୨ଜଣ, ଗଣ୍ଡଳା ଗଣେଶ ବିଦ୍ୟାପୀଠର ୩ଜଣ, ବୁରୁପଡ଼ା ଭଗବତୀ ବିଦ୍ୟାପୀଠର ଜଣେ, କଞ୍ଚୁରୁ ସରକାରୀ ଉଚ୍ଚବିଦ୍ୟାଳୟର ଜଣେ ଓ ଶିକିରି ଉଦୟନାଥ ଉଚ୍ଚବିଦ୍ୟାଳୟର ଜଣଙ୍କୁ ମିଶାଇ ମୋଟ ୧୨ ଜଣ ଛାତ୍ରଛାତ୍ରୀ ଏ-୧ ଗ୍ରେଡ଼ରେ ପାସ କରିଛନ୍ତି। ହିଞ୍ଜିଳିକାଟୁ ପୌରାଞ୍ଚଳର ସରସ୍ୱତୀ ଶିଶୁମନ୍ଦିର, ଏନଏସି ଉଚ୍ଚବିଦ୍ୟାଳୟ, ବ୍ଲକର ଆଲପୁର, ଭାବନ୍ଧ, ବେଲଗାଁ, ଖରିଡ଼ା, ଶାସନଆମ୍ବଗାଁ, ଖଣ୍ଡରା, ନନ୍ଦିକ, ଦୟାପଲ୍ଲୀ, ସାହାପୁର, ମକରଝୋଳ, କଞ୍ଚୁରୁ, ଗଣ୍ଡଳା, ପୋଡ଼ଙ୍ଗି, ବଡ଼ଖଣ୍ଡି, ଦୁର୍ବନ୍ଧ, ପୋଚିଲିମା ଓ ସାରୁ ଉଚ୍ଚବିଦ୍ୟାଳୟରେ ପାସ ହାର ଶତପ୍ରତିଶତ ହୋଇଥିବା ବ୍ଲକ୍ ଶିକ୍ଷାଧିକାରୀ ଏସ୍. ଗିରିଧର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର