ରେକର୍ଡ ବର୍ଷା : ଓଡ଼ିଶାର ଭବାନୀପାଟଣା ଦେଶର ୧ ନମ୍ବର

ଭୁବନେଶ୍ୱର : ଏ ବର୍ଷ ସାରାଦେଶରେ ପ୍ରବଳ ବର୍ଷା ହୋଇଛି । ବର୍ଷାଋତୁ ସରିବାକୁ ଆଉ କିଛିଦିନ ବାକି ଥିବାବେଳେ ଦେଶରେ ଏପର୍ଯ୍ୟନ୍ତ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଛି । କେରଳଠାରୁ ଆରମ୍ଭ କରି ଉତ୍ତରାଖଣ୍ଡ ପର୍ଯ୍ୟନ୍ତ ବର୍ଷାରେ ଶହ ଶହ ଲୋକ ମୃତ୍ୟୁବରଣ କଲେଣି । ଓଡ଼ିଶାରେ ବି ପ୍ରବଳ ବର୍ଷା ଚାଲିଛି । ପାଣିପାଗ ସଂସ୍ଥା ସ୍କାଏମେଟ୍‌ର ଆକଳନ ଅନୁସାରେ ଆଜି ଓଡ଼ିଶାର ଭବାନୀପାଟଣାରେ ଦେଶର ସବୁଠାରୁ ଅଧିକ ବର୍ଷା ହୋଇଛି । ଏଠାରେ ପ୍ରାୟ ୨୨୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

୨ୟ ସ୍ଥାନରେ ରହିଛି କେରଳର କାରିପୁର, ଯେଉଁଠାରେ ୨୧୦ ମିଲିମିଟର ବର୍ଷା ହୋଇଛି । ଦେଶର ସର୍ବାଧିକ ବର୍ଷା ହୋଇଥିବା ୧୦ ଟି ସ୍ଥାନ ମଧ୍ୟରୁ କେରଳର ସର୍ବାଧିକ ୬ଟି ରହିଥିବାବେଳେ ଓଡ଼ିଶାର ୨ଟି ( ୬ଷ୍ଠ ସ୍ଥାନରେ କୋରାପୁଟ) ଓ ତାମିଲନାଡୁ (ଭାଲପରାଇ ୫ମ) ଓ ମହାରାଷ୍ଟ୍ରର (ମହାବଳେଶ୍ୱର ୧୦ମ ) ଗୋଟିଏ ଲେଖାଏଁ ସ୍ଥାନ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ କେରଳ, ଓଡ଼ିଶା, ଉତ୍ତର-ତାମିଲନାଡୁ, ମଧ୍ୟପ୍ରଦେଶ ଓ କୋଙ୍କଣ ( ମହାରାଷ୍ଟ୍ର,ଗୋଆ ଓ କର୍ଣ୍ଣାଟକର ଉପକୂଳ ଅଞ୍ଚଳ) ରେ ପ୍ରବଳ ବର୍ଷା ହୋଇଥିବାବେଳେ ଆଗାମା ୨୪ ଘଣ୍ଟାରେ ମଧ୍ୟ ଏସବୁ ରାଜ୍ୟରେ ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଇଛି ।

ସମ୍ବନ୍ଧିତ ଖବର