ଖୁସି ଖବର: ଆଜି ସର୍ବାଧିକ ୬୦୯ଜଣ କରୋନା ଆକ୍ରାନ୍ତ ସୁସ୍ଥ, ୯୮୬୪ରେ ପହଞ୍ଚିଲା ସୁସ୍ଥ ସଂଖ୍ୟା

ଭୁବନେଶ୍ୱର: ଆଜି ରାଜ୍ୟର ୨୧ଟି ଜିଲ୍ଲାରୁ ରେକର୍ଡ ସଂଖ୍ୟକ ୬୦୯ଜଣ କରୋନା ରୋଗୀ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ କରାଯାଇଛି। ନୂଆ ୬୦୯ଜଣ ସୁସ୍ଥଙ୍କୁ ମିଶାଇଲେ ଏଯାବତ ସୁସ୍ଥ ସଂଖ୍ୟା ୯୮୬୪ରେ ପହଞ୍ଚି ଯାଇଛି। ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୬୮ଜଣ ସୁସ୍ଥ ହୋଇଛନ୍ତି।

Curbing The Coronavirus – While Targeting China
Pressenza
LIVE News Updates: 170 new COVID-19 positive cases reported in ...
National Herald

ପ୍ରତିଦିନ କରୋନା ଆକ୍ରାନ୍ତ ସୁସ୍ଥ ହେବାର ଖବର ଆସିଥାଏ। କିନ୍ତୁ ଆଜି ରେକର୍ଡ ସଂଖ୍ୟାରେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରାଯାଇଛି। ତେବେ ଗଞ୍ଜାମ ସହିତ ସୁନ୍ଦରଗଡ଼ରୁ ୧୩୫ଜଣ, ଖୋର୍ଦ୍ଧାରୁ ୩୭ଜଣ, କଟକରୁ ୩୨ଜଣ, ବାଲେଶ୍ୱରରୁ ୨୫ଜଣ, କେନ୍ଦୁଝରରୁ ୨୩ଜଣ, ମୟୁରଭଞ୍ଜରୁ ୧୮ଜଣ, ଭଦ୍ରକରୁ ୧୨ଜଣ, ପୁରୀରୁ ୧୨ଜଣ, ସମ୍ବଲପୁରରରୁ ୮ଜଣ, ବରଗଡ଼ ଓ ଜଗତସିଂହପୁରରୁ ୭ଜଣ ଲେଖାଏଁ, ଯାଜପୁରରୁ ୬ଜଣ, ଝାରସୁଗୁଡ଼ା ଓ କେନ୍ଦ୍ରାପଡ଼ାରୁ ୪ଜଣ ଲେଖାଏଁ, ବଲାଙ୍ଗୀରରୁ ୩ଜଣ, କୋରାପୁଟ, ନବରଙ୍ଗପୁର ଓ ରାୟଗଡ଼ାରୁ ୨ଜଣ ଲେଖାଏଁ ଏବଂ ଗଜପତି ଓ ନୟାଗଡ଼ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର