ବ୍ରହ୍ମପୁର : ଗଂଜାମ ଉପକୂଳରେ ବିରଳ ଅଲିଭ୍ ରିଡଲେ କଇଁଛଙ୍କ ଗଣ ଅଣ୍ଡାଦାନ ପର୍ବ ଶେଷ ହୋଇଛି। ୬ ଦିନରେ ମୋଟ ୪ଲକ୍ଷ ୨୮ହଜାର ୮୩ କଇଁଛ ଅଣ୍ଡାଦାନ କରିଛନ୍ତି, ଯାହାକି ସର୍ବକାଳୀନ ରେକର୍ଡ଼। ଗତ ବର୍ଷ ୩ ଲକ୍ଷ ୭୦ ହଜାର ୬୩୩ କଇଁଛ ଅଣ୍ଡାଦାନ କରିଥିଲେ। ଏ ବର୍ଷ ଶେଷ ଦିନରେ ୪୦ହଜାର ୩୧୭ କଇଁଛ ଅଣ୍ଡାଦାନ କରିଥିଲେ। ଅନ୍ୟପକ୍ଷରେ ବର୍ତମାନ ଉପକୂଳ ବାଲୁକା ଶଯ୍ୟାରେ ଅଣ୍ଡା ଫୁଟିବା ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ବ୍ୟବସ୍ଥିତ କରାଯାଇଛି। ଯେଉଁ ସ୍ଥାନରେ କମ୍ ସଂଖ୍ୟକ କଇଁଛ ଅଣ୍ଡା ଦେଇଛନ୍ତି, ସେଗୁଡ଼ିକୁ ସୁରକ୍ଷିତ ସ୍ଥାନକୁ ଆଣି ରଖା ଯାଇଥିବା ବନଖଣ୍ଡ ଅଧିକାରୀ ଆଶିଷ କୁମାର ବେହେରା ସୂଚନା ଦେଇଛନ୍ତି।
ସର୍ବକାଳୀନ ରେକର୍ଡ଼ : ୪.୨୮ ଲକ୍ଷ ଅଲିଭ୍ ରିଡ୍ଲେ ଅଣ୍ଡା ଦେଲେ
/sambad/media/post_attachments/wp-content/uploads/2018/02/olive-ridley-960x600.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)