ଭୁବନେଶ୍ବର: କରୋନାକୁ ନେଇ ଦିନକୁ ଦିନ ବଢୁଛି ନମୁନା ପରୀକ୍ଷଣ ସଂଖ୍ୟା । ଗତକାଲି (୨୩ ତାରିଖ) ଗୋଟିଏ ଦିନରେ ଗୋଟିଏ ଦିନରେ ୨୪୭୪ ନମୁନା ପରୀକ୍ଷା ହୋଇଥିବା ଜଣାଯାଇଛି।

Advertisment

ଏଥିମଧ୍ୟରୁ ଆରଏମଆରସିରେ ସର୍ବାଧିକ ୧୨୪୧ଟି ନମୁନା, ଏସସିବିରେ ୫୪୮, ଏମ୍ସରେ ୧୧୫, ଏମକେସିଜିରେ ୪୫, ଭିମ୍‌ସାରରେ ୬୬, ଆଇଏଲଏସରେ ୩୭୭, ଆଇଜିଏଚରେ ୬୩ ଓ ଆପୋଲୋରେ ୧୯ ନମୁନା ପରୀକ୍ଷା ହୋଇଛି। ଏହା ରାଜ୍ୟ ପାଇଁ ରେକର୍ଡ ସଂଖ୍ୟକ ପରୀକ୍ଷା।

ସୂଚନାଯୋଗ୍ୟ, ବୁଧବାର ଦିନ୨୨୦୯ଟି ନମୁନା ପରୀକ୍ଷା ହୋଇଥିଲା। ତା’ଆଗରୁ ମଙ୍ଗଳବାର ୨ ହଜାର ୨୭ଟି ନମୁନା ପରୀକ୍ଷା ହୋଇଥିଲା। ବୁଧବାର ଏହି ସଂଖ୍ୟାକୁ ଅତିକ୍ରମ କରି ୨ ହଜାର ୨୦୯ଟି ନମୁନା ପରୀକ୍ଷା ହୋଇଥିଲା । ଏହା ରାଜ୍ୟ ପାଇଁ ରେକର୍ଡ ସଂଖ୍ୟକ ପରୀକ୍ଷା।