ଗତକାଲି ଗୋଟିଏ ଦିନରେ ହେଲା ରେକର୍ଡ ସଂଖ୍ୟକ ୨୨୦୯ ନମୁନା ପରୀକ୍ଷା

ଭୁବନେଶ୍ବର: କରୋନାକୁ ନେଇ ଦିନକୁ ଦିନ ବଢୁଛି ନମୁନା ପରୀକ୍ଷଣ ସଂଖ୍ୟା । ଗତକାଲି ଗୋଟିଏ ଦିନରେ ୨୨୦୯ଟି ନମୁନା ପରୀକ୍ଷା ହୋଇଛି। ମଙ୍ଗଳବାର ୨ ହଜାର ୨୭ଟି ନମୁନା ପରୀକ୍ଷା ହୋଇଥିଲା। ବୁଧବାର ଏହି ସଂଖ୍ୟାକୁ ଅତିକ୍ରମ କରି ୨ ହଜାର ୨୦୯ଟି ନମୁନା ପରୀକ୍ଷା ହୋଇଛି । ଏହା ରାଜ୍ୟ ପାଇଁ ରେକର୍ଡ ସଂଖ୍ୟକ ପରୀକ୍ଷା। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ନମୁନା ପରୀକ୍ଷଣ ସଂଖ୍ୟା ୧୫ ହଜାର ୯୮୪ରେ ପହଞ୍ଚିଛି।
ଏହା ମଧ୍ୟରୁ ୮୩ଟି ନମୁନା ପଜିଟିଭ୍ ଆସିଛି । ରାଜ୍ୟରେ ଏବେ ଆକ୍ଟିଭ୍ କେସ୍ ରହିଛି ୫୦ଟି । ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୩୨ ଜଣ । ବର୍ତ୍ତମାନ ସୁଦ୍ଧା କରୋନାରେ ଜଣଙ୍କର ମୃତ୍ୟୁ ହୋଇଛି ।

RACGP

ସେପଟେ କଣ୍ଟେନମେଣ୍ଟ ମୁକ୍ତ ଅଞ୍ଚଳ ହେଲା ଭୁବନେଶ୍ୱର । ସତ୍ୟନଗର, ସୂର୍ଯ୍ୟନଗର, ଓ ବମିଖାଲରୁ ଉଠିଲା କଣ୍ଟେନମେଣ୍ଟ କଟକଣା । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି । ହେଲେ, ଆଗାମୀ ୭ ଦିନ ପର୍ଯ୍ୟନ୍ତ ଏହି ସବୁ ଅଞ୍ଚଳ ଉପରେ ତୀକ୍ଷଣ ନଜର ରଖିବ ପ୍ରଶାସନ।

ସବୁଠୁ ବଡ଼ କଥା ହେଲା ଗତ ସାତ ଦିନ ମଧ୍ୟରେ ଭୁବନେଶ୍ୱରରେ କୌଣସି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇନାହାଁନ୍ତି । ଏହାକୁ ଦୃଷ୍ଟିରେ ରଖି ବିଏମସି ଏହି ନିଷ୍ପତ୍ତି ନେଇଛି । ପୂର୍ବରୁ ଯଦୁପୁର ଓ ସୁନ୍ଦରପଦା ଅଞ୍ଚଳକୁ କଣ୍ଟେନମେଣ୍ଟ ମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିଲା । ରାଜଧାନୀ ଭୁବନେଶ୍ୱରରେ ମୋଟ ୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୨୪ଜଣ ଆକ୍ରାନ୍ତ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ସମ୍ବନ୍ଧିତ ଖବର