ଓଡ଼ିଶା-ମୋ ପରିବାର ଆନୁକୂଲ୍ୟରେ ରତ୍ନାକର ଦାଶ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରେକର୍ଡସଂଖ୍ୟକ ରକ୍ତୟୁନିଟ୍ ସଂଗ୍ରହ

ଭୁବନେଶ୍ୱର: ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କର ସ୍ଵର୍ଗତଃ ମା’ଙ୍କର ଶ୍ରାଦ୍ଧବାର୍ଷିକୀ ଅବସରରେ ଓଡ଼ିଶା-ମୋ ପରିବାର ଜୀବନବିନ୍ଦୁ ଆନୁକୂଲ୍ୟରେ ପୁରୀ ଜିଲ୍ଲା ନିମାପଡାଠାରେ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏଥିରେ ସର୍ବମୋଟ ୫୪୬ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା ।

ଓଡ଼ିଶା ମୋ ପରିବାର ଜୀବନବିନ୍ଦୁ ସଂଯୋଜକ ସୁବାସିଷ ଖୁଣ୍ଟିଆଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ରାଜ୍ୟପାଳ ଗଣେଶୀ ଲାଲଙ୍କ ସମେତ ମନ୍ତ୍ରୀ ଅଶୋକ ପଣ୍ଡା, ତୁଷାରକାନ୍ତି ବେହେରା ଓ ଓଡ଼ିଶା-ମୋ ପରିବାରର ଆବାହକ ଅରୂପ ପଟନାୟକ,  ବିଧାୟକ ରାଜେନ୍ଦ୍ର କୁମାର ସାହୁ, ପ୍ରଶାନ୍ତ ମୁଦୁଲି ଏବଂ  ରୁଦ୍ର ମହାରଥୀ, ଓଏଫଡିସି ଅଧ୍ୟକ୍ଷ କୁନା ତ୍ରିପାଠୀ,ଓଡ଼ିଶା କେଭିଆଇବି ସଭାପତି ସଂଗ୍ରାମ ପାଇକରାୟ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ ।

ରାଜ୍ୟପାଳ ଗଣେଶୀ ଲାଲ୍ ସେଠାରେ ସ୍ଵେଚ୍ଛାସେବୀ ଅନୁଷ୍ଠାନ “ରତ୍ନାକର ଦାଶ ଚାରିଟେବୁଲ ଟ୍ରଷ୍ଟ”କୁ ଉଦଘାଟନ କରିଥିଲେ । ଉକ୍ତ ଶିବିରରେ ଓଡ଼ିଶା ମୋ ପରିବାରର ଯୁଗ୍ମ ସମ୍ପାଦକ ରୁଦ୍ର ନାରାୟଣ ସାମନ୍ତରାୟ ଏବଂ ପୁରୀ ଜିଲ୍ଲା ଜୀବନବିନ୍ଦୁଯୁଗ୍ମ ସଂଯୋଜକ ଷ୍ଟାଲିନ ପରିଜା, ବିଜୁ ଯୁବ ଜନତାଦଳ ସେକ୍ରେଟେରୀ ଜେନେରାଲ୍ ଏଲିନା ଦାସ, ଛନ୍ଦା ମିଶ୍ର, ସଂଗୀତା ଦାଶ, ନୀହାର ରଞ୍ଜନ ଦାଶ, ସୁଧୀର ରଞ୍ଜନ ଦାଶ ମଧ୍ୟ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର