କରୋନାରୁ ବର୍ତ୍ତିବା ପରେ ଅଭିଜ୍ଞତା ବଖାଣିଲେ ଓଡ଼ିଆ ମହିଳା, ନିଜ ଅପେକ୍ଷା ଏମ୍ସରେ ଥିବା ବାପାଙ୍କ ପାଇଁ ବେଶି ଦୁଃଖ ଲାଗୁଥିଲା

ଭୁବନେଶ୍ବର: କୋଭିଡ୍‌-୧୯ରୁ ଭଲ ହେବା ପରେ ଅନେକ ଆକ୍ରାନ୍ତ ଗଣମାଧ୍ୟମରେ ନିଜର ଅନୁଭୂତି ବଖାଣିଛନ୍ତି। ନିକଟରେ ଜଣେ ଓଡ଼ିଆ ମହିଳା ମଧ୍ୟ ଏହି ମହାମାରୀ କବଳରୁ ମୁକ୍ତି ପାଇବା ପରେ କରୋନା ଭାଇରସ୍‌ ଆକ୍ରାନ୍ତ ହେବା ପରେ ତାଙ୍କ ଅଭିଜ୍ଞତା କିପରି ରହିଛି ଗଣମାଧ୍ୟମରେ ପ୍ରକାଶ କରିଛନ୍ତି।

ମହିଳାଙ୍କ କହିବାନୁଯାୟୀ, ତାଙ୍କ ଜୀବନରେ ସେ କେବେ ହେଲେ ହସ୍ପିଟାଲ୍‌ ବେଡ୍‌ରେ ରହି ନଥିଲେ। ଏହା ତାଙ୍କ ପାଇଁ ଥିଲା ପ୍ରଥମ ଅନୁଭୂତି। ରାଜଧାନୀ ଭୁବନେଶ୍ବରରେ କମ୍ପ୍ୟୁଟର୍‌ ଇନ୍‌ଷ୍ଟ୍ରକ୍ଟର ଭାବେ କାର୍ଯ୍ୟ କରୁଥିବା ଏହି ମହିଳା କୋଭିଡ୍‌-୧୯ ଆକ୍ରାନ୍ତ ହୋଇ ୧ ମାସ କାଳ ବେଡ୍‌ରେ ପଡ଼ି ରହିବା ଅଭିଜ୍ଞତା ତାଙ୍କ ପାଇଁ ନିଶ୍ଚିତ ଭାବେ ନିଆରା ଥିଲା।

hindustantimes.com

ମହିଳା ଜଣକ ଭୁବନେଶ୍ବରର ସୂର୍ଯ୍ୟନଗର ଅଞ୍ଚଳର। କୋଭିଡ୍‌-୧୯ ଦ୍ବାରା ଆକ୍ରାନ୍ତ ହେବା ପରେ ଗତ ୧ ତାରିଖରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେ ଦୀର୍ଘ ୨୬ ଦିନ ହସ୍ପିଟାଲ୍‌ ବେଡ୍‌ରେ କାଟି ଘରକୁ ଫେରିଛନ୍ତି। ତାଙ୍କ ଘରେ ତାଙ୍କ ୬୦ ବର୍ଷିଅ ବାପା ପ୍ରଥମ କରି କୋଭିଡ୍‌ ପଜିଟିଭ୍‌ ବୋଲି ଜଣାପଡ଼ିବା ପରେ ତାଙ୍କ ୫୧ ବର୍ଷୀୟା ମାଆଙ୍କ ସମେତ ପରିବାରରୁ ୭ ଜଣେ କୋଭିଡ୍‌ ଆକ୍ରାନ୍ତ ବୋଲି ଜାଣିବାକୁ ମିଳିଥିଲା।

ସେ କୁହନ୍ତି, ‘ମୋତେ ଯେତେବେଳେ ଆମ୍ବୁଲାନ୍ସ ଯୋଗ‌େ ଗାଡ଼ିରେ ନିଆଗଲା ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ଥଣ୍ଡା କିମ୍ବା ଜ୍ବର ମୋ ଭିତରେ କିଛି ନଥାଇ ମଧ୍ୟ ମୁଁ କରୋନା ଦ୍ବାରା ଆକ୍ରାନ୍ତ ହେବା କଥା ମୋତେ ଚକିତ କରି ପକାଇଲା। ମାତ୍ର ମୋତେ ବେଶି ଦୁଃଖ ଲାଗୁଥିଲା ମୋ ବାପାଙ୍କ ବିଷୟରେ ଭ‌ାବି, ଯିଏକି ଏକୁଟିଆ ଏମ୍ସରେ ଚିକିତ୍ସିତ ହେଉଥିଲେ।’

ସମ୍ବନ୍ଧିତ ଖବର