ଭୁବନେଶ୍ୱର: ରାଜ୍ୟରୁ ଆଜି ୨୫୪୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଥିବା ରିପୋର୍ଟ ରହିଛି। ନୂଆ ସୁସ୍ଥଙ୍କୁ ମିଶାଇଲେ ଏଯାବତ ରାଜ୍ୟରୁ ୫୯୪୭୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡ଼ିଛି।
With the recovery of 2546 #COVID19 patients today, Odisha achieves a record number of recoveries for three days in a row!
The total recovered cases of Odisha now stand at 59470
627 from Khordha
266 from Ganjam
143 from Nayagarh
141 from Puri
112 from Rayagada
104 from Koraput— H & FW Dept Odisha (@HFWOdisha) August 25, 2020
ଖୋର୍ଦ୍ଧା ଜିଲ୍ଲାରୁ ୬୨୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ୨୬୬ଜଣ, ନୟାଗଡ଼ ଜିଲ୍ଲାରୁ ୧୪୩ଜଣ, ପୁରୀ ଜିଲ୍ଲାରୁ ୧୪୧ଜଣ, ରାୟଗଡ଼ା ଜିଲ୍ଲାରୁ ୧୧୨ଜଣ, କୋରାପୁଟ ଜିଲ୍ଲାରୁ ୧୦୪ଜଣ, ଭଦ୍ରକ ଜିଲ୍ଲାରୁ ୯୯ଜଣ, କଟକ ଜିଲ୍ଲାରୁ ୯୮ଜଣ, ବୌଦ୍ଧ ଜିଲ୍ଲାରୁ ୮୭ଜଣ, ମାଲକାନଗିରି ଜିଲ୍ଲାରୁ ୭୬ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୭୪ଜଣ, କନ୍ଧମାଳ ଜିଲ୍ଲାରୁ ୭୩ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୭୩ଜଣ, କଳାହାଣ୍ଡି ଜିଲ୍ଲାରୁ ୭୨ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୭୦ଜଣ, ବାଲେଶ୍ୱର ଜିଲ୍ଲାରୁ ୬୩ଜଣ, ନବରଙ୍ଗପୁର ଜିଲ୍ଲାରୁ ୪୪ଜଣ, ଗଜପତି ଜିଲ୍ଲାରୁ ୪୨ଜଣ, ଯାଜପୁର ଜିଲ୍ଲାରୁ ୪୦ଜଣ, କେନ୍ଦୁଝର ଜିଲ୍ଲାରୁ ୩୭ଜଣ, ଅନୁଗୁଳ ଜିଲ୍ଲାରୁ ୩୨ଜଣ,ଜଗତସିଂହପୁର ଜିଲ୍ଲାରୁ ୩୨ଜଣ, ସମ୍ବଲପୁର ଜିଲ୍ଲାରୁ ୩୨ଜଣ, ବରଗଡ଼ ଜିଲ୍ଲାରୁ ୨୯ଜଣ, ଢ଼େଙ୍କାନାଳ ଜିଲ୍ଲାରୁ ୨୦ଜଣ, ସୁବର୍ଣ୍ଣପୁର ଜିଲ୍ଲାରୁ ୨୦ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୮ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୭ଜଣ ଓ ଦେବଗଡ଼ ଜିଲ୍ଲାରୁ ୫ଜଣ କରୋନା ଆକ୍ରାନ୍ତ ଆଜି ଆରୋଗ୍ୟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।
ତେଣେ ରାଜ୍ୟରେ ଆଜି ଆଉ ୨୭୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୭୦୮ ଓ ସ୍ଥାନୀୟ ଅଞ୍ଚଳରୁ ୧୦୪୪ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି। ୩୦ଟି ଜିଲ୍ଲାରୁ ଆଜି ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୪ ହଜାର ୨୩୧କୁ ବୃଦ୍ଧିପାଇଛି।