ଭୁବନେଶ୍ୱର: କରୋନା ଭାଇରସ ମହାମାରୀ ନେଇ ରାଜ୍ୟବାସୀଙ୍କ ପାଇଁ ଆଜି ଭଲ ଖବର ଆସିଛି। କୋଭିଡ ଯୋଦ୍ଧାଙ୍କ ନିରନ୍ତର ଉଦ୍ୟମ ଯୋଗୁଁ ଆଜି ଗୋଟିଏ ଦିନରେ ସର୍ବାଧିକ ୪ ହଜାର ୬୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୧ ଲକ୍ଷ ୧୨ ହଜାର ୬୨କୁ ବୃଦ୍ଧି ହୋଇଛି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
Odisha reaches another high in the fight against Covid with the recovery of 4061 Covid patients today!
The total recovered cases of Odisha now stand at 112062.
744 from Khordha
425 from Cuttack
267 from Sundargarh
244 from Bargarh
240 from Mayurbhanj
187 from Baleswar— H & FW Dept Odisha (@HFWOdisha) September 11, 2020
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ଆଜି ୭୪୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କଟକ ଜିଲ୍ଲାରୁ ୪୨୫ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୨୬୭ ଜଣ, ବରଗଡ଼ ଜିଲ୍ଲାରୁ ୨୪୪ ଜଣ, ମୟୂରଭଂଜ ଜିଲ୍ଲାରୁ ୨୪୦ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୮୭ ଜଣ, ଯାଜପୁର ଜିଲ୍ଲାରୁ ୧୮୫ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୭୯ ଜଣ, ଅନୁଗୁଳ ଜିଲ୍ଲାରୁ ୧୬୭ ଜଣ, ଗଂଜାମ ଜିଲ୍ଲାରୁ ୧୫୭ ଜଣ, ପୁରୀ ଜିଲ୍ଲାରୁ ୧୩୨ ଜଣ, ଭଦ୍ରକ, ଜଗତସିଂହପୁର, ଝାରସୁଗୁଡ଼ାରୁ ୧୩୦ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
45 from Rayagada
37 from Kalahandi
33 from Bolangir
33 from Sonepur
32 from Kandhamal
31 from Boudh
26 from Deogarh
24 from Malkangiri
23 from Gajapati— H & FW Dept Odisha (@HFWOdisha) September 11, 2020
ସେହିପରି କେନ୍ଦୁଝର ଜିଲ୍ଲାରୁ ୭୮ ଜଣ, ସମ୍ବଲପୁର ଜିଲ୍ଲାରୁ ୭୭ ଜଣ, କୋରାପୁଟ, ନୂଆପଡ଼ା ଜିଲ୍ଲାରୁ ୭୪-୭୪ ଜଣ, ନବରଙ୍ଗପୁର ଜିଲ୍ଲାରୁ ୫୯ ଜଣ, ଢେଙ୍କାନାଳ ଜିଲ୍ଲାରୁ ୫୦ ଜଣ, ନୟାଗଡ଼ ଜିଲ୍ଲାରୁ ୪୮ ଜଣ, ରାୟଗଡ଼ା ଜିଲ୍ଲାରୁ ୪୫ ଜଣ, କଳାହାଣ୍ଡି ଜିଲ୍ଲାରୁ ୩୭ ଜଣ, ବଲାଙ୍ଗୀର, ସୁବର୍ଣ୍ଣପୁର ଜିଲ୍ଲାରୁ ୩୩-୩୩ ଜଣ, କନ୍ଧମାଳ ଜିଲ୍ଲାରୁ ୩୨ ଜଣ, ବୌଦ୍ଧ ଜିଲ୍ଲାରୁ ୩୧ ଜଣ, ଦେବଗଡ଼ ଜିଲ୍ଲାରୁ ୨୬ ଜଣ, ମାଲକାନଗିରି ଜିଲ୍ଲାରୁ ୨୪ ଜଣ ଓ ଗଜପତି ଜିଲ୍ଲାରୁ ୨୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।