ଭୁବନେଶ୍ୱର: ଆଜି ରାଜ୍ୟରୁ ୨୫୧୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦେଇଛି। ଏହା ଫଳରେ ରାଜ୍ୟରେ ମୋଟ୍ ସୁସ୍ଥ ସଂଖ୍ୟା ୫୬୯୨୪ରେ ପହଞ୍ଚିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ଖୋର୍ଦ୍ଧାରୁ ସର୍ବାଧିକ ୪୨୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ବାଲେଶ୍ୱରର ଜିଲ୍ଲାରୁ ୨୭୬ଜଣ, ଗଞ୍ଜାମ ଜିଲ୍ଲାରୁ ୨୩୭ଜଣ, କଟକ ଜିଲ୍ଲାରୁ ୧୫୨ଜଣ, ରାୟଗଡ଼ା ଜିଲ୍ଲାରୁ ୧୪୪ଜଣ, ଭଦ୍ରକ ଜିଲ୍ଲାରୁ ୧୪୦ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୩୮ଜଣ, କୋରାପୁଟ ଜିଲ୍ଲାରୁ ୯୮ଜଣ, ପୁରୀ ଜିଲ୍ଲାରୁ ୯୭ଜଣ, ନୟାଗଡ଼ ଜିଲ୍ଲାରୁ ୯୬ଜଣ, ବଲାଙ୍ଗୀର ଜିଲ୍ଲାରୁ ୮୫ଜଣ, ଢ଼େଙ୍କାନାଳ ଜିଲ୍ଲାରୁ ୬୧ଜଣ, କନ୍ଧମାଳ ଜିଲ୍ଲାରୁ ୬୦ଜଣ, ସମ୍ବଲପୁର ଜିଲ୍ଲାରୁ ୫୯ଜଣ, ଯାଜପୁର ଜିଲ୍ଲାରୁ ୫୮ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୫୪ଜଣ, ବରଗଡ଼ ଜିଲ୍ଲାରୁ ୫୩ଜଣ, ଜଗତସିଂହପୁର ଜିଲ୍ଲାରୁ ୫୩ଜଣ, ମାଲକାନଗିରି ଜିଲ୍ଲାରୁ ୫୨ଜଣ, ଯାଜପୁର ଜିଲ୍ଲାରୁ ୪୨ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୧ଜଣ, କନ୍ଧମାଳ ଜିଲ୍ଲାରୁ ୨୩ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨୨ଜଣ, ଦେବଗଡ଼ ଜିଲ୍ଲାରୁ ୧୯ଜଣ, କେନ୍ଦୁଝର ଜିଲ୍ଲାରୁ ୧୯ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୮ଜଣ, ଅନୁଗୁଳ ଜିଲ୍ଲାରୁ ୩ଜଣ ଓ ବୌଦ୍ଧରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଆଜି ଆରୋଗ୍ୟ ହୋଇ ହସ୍ପିଟାଲ୍ରୁ ଛୁଟି ନେଇ ଘରକୁ ଫେରିଛନ୍ତି।
With the recovery of another 2519 #COVID19 patients today, Odisha maintains record recovery numbers for two days in a row!
The total recovered cases of Odisha now stand at 56924
428 from Khurdha
276 from Balasore
237 from Ganjam
152 from Cuttack
144 from Rayagada— H & FW Dept Odisha (@HFWOdisha) August 24, 2020
ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରୁ ଏଯାବତ ୫୬୯୨୪ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ରିପୋର୍ଟ ରହିଛି। କରୋନା ମହାମାରୀ ସମୟରେ କରୋନା ଯୋଦ୍ଧା (ଡାକ୍ତର ଓ ନର୍ସ) ଯେପରି ନିଜ ଜୀବନକୁ ବାଜି ଲଗାଇ କରୋନା ଲଢ଼େଇ ଜାରି ରଖିଛନ୍ତି। ସେଥିପାଇଁ ସେମାନଙ୍କୁ ବିଭିନ୍ନ ଆଡୁ ପ୍ରଶଂସାର ସୁଅ ଛୁଟୁଥିବା ବେଳେ ତେବେ ଦିନକୁ ଦିନ ବୃଦ୍ଧି ପାଉଥିବା ସୁସ୍ଥ ସଂଖ୍ୟା ଏକ ସଫଳତା ବୋଲି କୁହାଯାଉଛି।