ସ୍ୱାଭିମାନ ଅଞ୍ଚଳରୁ ବିପୁଳ ମାତ୍ରାରେ ମାଓ ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ଓଡ଼ିଶା ପୁଲିସ୍‌ ଓ ବିଏସଏଫର ଏସଓଜି ଓ ଡିଭିଏଫ୍‌ ପକ୍ଷରୁ ମିଳିତ ଅପରେସନ୍ କରାଯାଇଥିଲା|
ଯୋଡାମ୍ବୋ ଥାନା ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳର ଆରାପଦର ଆଣ୍ଡ୍ରାପାଲ୍ଲୀ ଗ୍ରାମରେ ଓଡ଼ିଶା ପୁଲିସ୍‌ ଓ ବିଏସଏଫର ଏସଓଜି ଓ ଡିଭିଏଫ୍‌ ପକ୍ଷରୁ ଯେଉଁ ମିଳିତ ଅପରେସନ୍‌ କରାଯାଇଥିଲା, ସେହି ଅଞ୍ଚଳରୁ ବିପୁଳ ମାତ୍ରାରେ ମାଓବାଦୀ ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ ଜବତ କରାଯାଇଥିବାର ସୂଚନା ମିଳିଛିା  ଜବତ ସାମଗ୍ରୀ ମଧ୍ୟରେ ୯୩ ରାଉଣ୍ଡ ଥ୍ରୀ ନଟ୍ ଥ୍ରୀ ବନ୍ଧୁକ ଗୁଳି, ୫୩ ରାଉଣ୍ଡ ୯ ଏମ୍.ଏମ୍. ପିସ୍ତଲ ବୁଲେଟ, ୧୪ ଟି ହ୍ୟାଣ୍ଡ ଗ୍ରେନେଡ, ୨ଟି ଲ୍ୟାଣ୍ଡ ମାଇନ ସମେତ ଡିଟୋନେଟର ଓ ମାଓ ସାମଗ୍ରୀ ରହିଛି। ପୁନରୁଦ୍ଧାର, ପରବର୍ତ୍ତୀ କମ୍ବିଂ ଏବଂ ସର୍ଚ୍ଚ ଅପରେସନ୍ ଜାରି ରହିଛି| ଏନେଇ ମାଲକାନଗିରି ପୁଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛିା

ଗୁରାସେତୁ ଠାରେ ନୁତନ ବିଏସଏଫ କ୍ୟାମ୍ପ ସ୍ଥାପନ ହେବା ପରେ ଅଂଚଳରେ କୁମ୍ବିଂ ଅପରେସନକୁ ଜୋରଦାର କରିଛି ପୁଲିସ । ଆଉ ଏହି ସବୁ ମାରଣାସ୍ତ୍ରଗୁଡ଼ିକ ଆନ୍ଧ୍ର ଓଡ଼ିଶା ବର୍ଡର ସ୍ପେଶାଲ ଜୋନାଲ କମିଟିର ମାଓବାଦୀମାନେ ପୁଲିସକୁ ପ୍ରତିରୋଧ କରିବା ଉଦ୍ଦେଶ୍ୟରେ ଗଚ୍ଛିତ ରଖି ଥିଲେ ବୋଲି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର