ଏନ୍‌ସିଏସ୍‌ସିଡିଏ ପକ୍ଷରୁ ନିଯୁକ୍ତି ମେଳା

ଭୁବନେଶ୍ବର : ଜାତୀୟ ଆଜୀବିକା ସେବା କେନ୍ଦ୍ର (ଏନ୍‌ସିଏସ୍‌ସିଡିଏ), ଭୁବନେଶ୍ୱର, ରୋଜଗାର ମହାନିର୍ଦେଶାଳୟ (ଡିଜିଇ), ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଦ୍ଵାରା ଶ୍ରବଣଶକ୍ତି-ବାଧିତମାନଙ୍କ ପାଇଁ ଏକ ନିଯୁକ୍ତି ମେଳା ଆୟୋଜିତ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରବଣଶକ୍ତି-ବାଧିତ ଭିନ୍ନକ୍ଷମ ପ୍ରାର୍ଥୀମାନେ ଏନ୍‌ସିଏସ୍‌ସିଡିଏ କାର୍ଯ୍ୟାଳୟ ପରିସରରେ ଏହି ନିଯୁକ୍ତି ମେଳାରେ ଭାଗ ନେଇଥିଲେ। ଏହି କେନ୍ଦ୍ରର ମୁଖ୍ୟ ସୋନାଳିକା ସୁମନ ଏବଂ କେନ୍ଦ୍ରର ଅନ୍ୟାନ୍ୟ କର୍ମଚାରୀଙ୍କ ସକ୍ରିୟ ସହଯୋଗରେ ନିଯୁକ୍ତି ମେଳା ସଫଳ ହୋଇଛି। ଏହି ମେଳାରେ ଫ୍ଲିପ୍‌କାର୍ଟର ଆସିଷ୍ଟାଣ୍ଟ ପାଇଁ ୨୦ରୁ ଅଧିକ ପଦବି ଥିଲା। ଏହି ନିଯୁକ୍ତି ମେଳାରେ ପ୍ରାୟ ୨୨ରୁ ଊର୍ଦ୍ଧ୍ଵ ଶ୍ରବଣଶକ୍ତି-ବାଧିତ ପ୍ରାର୍ଥୀ ଯୋଗ ଦେଇଥିଲେ। ସେଥି ମଧ୍ୟରୁ ୨୧ ଜଣ ପ୍ରାର୍ଥୀ ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଚୟନ ହୋଇଛନ୍ତି। ଏହି ଚୟନ ପ୍ରକ୍ରିୟା କ୍ୱେସ୍ କ୍ରପ୍ ଲିମିଟେଡ୍‌ର କର୍ମଚାରୀ ପ୍ରତୀକ ମିଶ୍ର ଏବଂ ଜଗନ୍ ଦାସମହାପାତ୍ରଙ୍କ ଦ୍ୱାରା କରାଯାଇଥିଲା।

ସମ୍ବନ୍ଧିତ ଖବର