ଭୁବନେଶ୍ୱର : ନାସନାଲ୍ କ୍ୟାରିୟର୍ ସର୍ଭିସ ସେଣ୍ଟର୍ ଫର୍ ଡିଫରେଣ୍ଟଲି ଏବଲଡ୍ (ଏନ୍ସିଏସ୍ସିଡିଏ) ଭୁବନେଶ୍ବରରେ ମେ ୨୫, ୨୦୨୨ ପୂର୍ବାହ୍ନ ୯ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଏକ ମାଗଣା ନିଯୁକ୍ତିମେଳା/ପ୍ଲେସମେଣ୍ଟ୍ ଡ୍ରାଇଭ ଆୟୋଜନ କରିବାକୁ ଯାଉଛନ୍ତି। ମେଳାରେ ଦିବ୍ୟାଙ୍ଗ ଓ ଅଣଦିବ୍ୟାଙ୍ଗ ନିଯୁକ୍ତି ଆଶାୟୀଙ୍କୁ ୨୫୦ରୁ ଅଧିକ ପଦବିରେ ନିଯୁକ୍ତି ମିଳିବ। ଏହି ପଦବିଗୁଡିକ ମଧ୍ୟରେ ପ୍ରଡକ୍ଟ ମାର୍କେଟିଂ, ସେଲ୍ସ, ଟେଲିସେଲ୍ସ, ଇଲେକ୍ଟ୍ରିକାଲ, କଷ୍ଟମର ସର୍ଭିସ ଆଦି ଅନେକ ପଦବି ରହିଛି। ଏଥି ପାଇଁ ମାଟ୍ରିକ, ଯୁକ୍ତ ଦୁଇ, ସ୍ନାତକ, ଆଇଟିଆଇ ଓ ଡିପ୍ଲୋମା ଶିକ୍ଷାଗତ ଯୋଗ୍ୟତା ରହିଛି। ୧୮-୩୫ ବର୍ଷ ବୟସର ନିଯୁକ୍ତି ଆଶାୟୀ ଏହି ନିଯୁକ୍ତି ମେଳାରେ ଭାଗ ନେଇପାରିବେ। ଦିବ୍ୟାଙ୍ଗ ବର୍ଗରେ କେବଳ ଚଳପ୍ରଚଳରେ ସମସ୍ୟାଥିବା ନିଯୁକ୍ତି ଆଶାୟୀ ଭାଗ ନେଇପାରିବେ। ମେଳାରେ ଯୋଗ ଦେବା ପାଇଁ ନିଯୁକ୍ତି ଆଶାୟୀମାନେ ସମସ୍ତ ଶିକ୍ଷାଗତ ପ୍ରମାଣପତ୍ରର ଜେରକ୍ସ କପି, ଆଧାରକାର୍ଡ, ପାସପୋର୍ଟ ସାଇଜ ଫଟୋଗ୍ରାଫ, ଦିବ୍ୟାଙ୍ଗଙ୍କ କ୍ଷେତ୍ରରେ ପ୍ରମାଣପତ୍ର ଓ ପୂରଣ ହୋଇଥିବା ରେଜ୍ୟୁମ୍ ସାଙ୍ଗରେ ଆଣି ଆସିବାକୁ ପଡ଼ିବ।
ନିଯୁକ୍ତି ମେଳାର ବିଶଦ ବିବରଣୀ:
ତାରିଖ: ମେ ୨୫, ୨୦୨୨, ସମୟ ପୂର୍ବାହ୍ନ ୯ଟାରୁ ଅପରାହ୍ଣ ୨ଟା, ବୟସ ସୀମା: ୧୮- ୩୫ ବର୍ଷ, ସ୍ଥାନ- ଏନ୍ସିଏସ୍ସିଡିଏ, ପ୍ଲଟ ନମ୍ବର - ୧,୨,୫ ଓ ୬, ଗଣ୍ଡମୁଣ୍ଡା, ପୋଖରୀପୁଟ (ମଧୁସୂଦନ ଦାସ ପାର୍କ ସାମ୍ନା), ଭୁବନେଶ୍ୱର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/ncscda.jpg)