ଏନ୍‌ସିଏସ୍‌ସିଡିଏ ପକ୍ଷରୁ ଆସନ୍ତା ୨୪ରେ ନିଯୁକ୍ତି ମେଳା

ଭୁବନେଶ୍ବର : ଭୁବନେଶ୍ବରସ୍ଥିତ ଦିବ୍ୟାଙ୍ଗଜନଙ୍କ ପାଇଁ ଜାତୀୟ କ୍ୟାରିଅର ସେବା କେନ୍ଦ୍ର (ଏନ୍‌ସିଏସ୍‌ସିଡିଏ) ପକ୍ଷରୁ ଏକ ନିଃଶୁଳ୍କ ନିଯୁକ୍ତି ମେଳା ଆୟୋଜନ କରାଯିବ । ଆସନ୍ତା ୨୪ ତାରିଖରେ ଭୁବନେଶ୍ବର ପୋଖରୀପୁଟ ଗଣ୍ଡମୁଣ୍ଡା ଠାରେ ଥିବା ମଧୁସୂଦନ ପାର୍କ ନିକଟବର୍ତ୍ତୀ ଏନ୍‌ସିଏସ୍‌ସିଡିଏ କାର୍ଯ୍ୟାଳୟ ପରିସରରେ ଏହି ନିଯୁକ୍ତି ମେଳା ଆୟୋଜିତ ହେବ। ଏଥିରେ ୫ରୁ ଅଧିକ କମ୍ପାନି ଏବଂ ଫାର୍ମ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।

ନିଯୁକ୍ତି ମେଳାରେ ସେଲ୍‌ସ ଏକ୍‌ଜିକ୍ୟୁଟିଭ, ଟେଲିକଲର, ରିଲେସନସିପ୍‌ ଅଫିସର, ମାର୍କେଟିଂ ଏକ୍‌ଜିକ୍ୟୁଟିଭ୍‌, ଫ୍ରଣ୍ଟ ଅଫିସ ଏକ୍‌ଜିକ୍ୟୁଟିଭ, ଫିଲ୍ଡ କ୍ରେଡିଟ୍ ଅଫିସର, ସିଏନ୍‌ସି ମେସିନ୍‌ ଅପରେଟର ଆଦି ପଦବି ପାଇଁ ପାଖାପାଖି ୨୦୦ ପଦବିରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ସମସ୍ତ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ରର ନକଲ, ଆଧାର କାର୍ଡ, ପାସପୋର୍ଟ ସାଇଜ୍ ଫଟୋ ସହିତ ବାୟୋଡାଟା ନେଇ ପ୍ରାର୍ଥୀମାନେ ଏହି ମାଗଣା ନିଯୁକ୍ତି ମେଳାରେ ଅଂଶଗ୍ରହଣ କରିବା ନିମନ୍ତେ ଏନ୍‌ସିଏସ୍‌ସିଡିଏ ପକ୍ଷରୁ ଆମନ୍ତ୍ରଣ କରାଯାଇଛି । ନିଯୁକ୍ତି ମେଳା ସମ୍ପର୍କରେ ଅଧିକ ଜାଣିବା ଲାଗି ଇଚ୍ଛୁକ ପ୍ରାର୍ଥୀ ୦୬୭୪-୨୩୫୨୩୧୭ ନମ୍ବରରେ ଯୋଗାଯୋଗ କରିପାରିବେ ।

ସମ୍ବନ୍ଧିତ ଖବର