୬୫ ସହକାରୀ ମତ୍ସ୍ୟ ଅଧିକାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ

ଭୁବନେଶ୍ବର : ୨୦ ବର୍ଷ ମଧ୍ୟରେ ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ୨.୫୯ ଲକ୍ଷ ମେଟ୍ରିକ ଟନ୍‌ରୁ ୮.୧୬ ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି ପାଇଛି। ମତ୍ସ୍ୟ ରପ୍ତାନି ୩୭୯ କୋଟି ଟଙ୍କାରୁ ୩୨୪୩ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏଥିରେ ରାଜ୍ୟର ପ୍ରାୟ ୧୪.୬୪ ଲକ୍ଷ ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଡ଼ିତ ଅଛନ୍ତି। ସେମାନଙ୍କ ଅର୍ଥନୈତିକ ଅଭିବୃଦ୍ଧି ନିମନ୍ତେ ମତ୍ସ୍ୟ ଅଧିକାରୀମାନେ ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ। ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଆୟୋଜିତ ‘କୃଷି ଓଡ଼ିଶା ୨୦୨୧’ ପରିସରରେ ରାଜ୍ୟର ୬୫ ସହକାରୀ ମତ୍ସ୍ୟ ଅଧିକାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ ବେଳେ ଏହା କୁହାଯାଇଛି। ଏଥିରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ସଚିବ ଆର୍‌.ରଘୁପ୍ରସାଦ, ନିର୍ଦେଶକ ରତ୍ନାକର ରାଉତ, ଅତିରିକ୍ତ ଶାସନ ସଚିବ ପୁରନ୍ଦର ଧାରୁଆ, ମତ୍ସ୍ୟ ନିର୍ଦେଶାଳୟର ଅତିରିକ୍ତ ନିର୍ଦେଶକ ଉମେଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର