ଡିସେମ୍ବର ୩୧ସୁଦ୍ଧା ପୂର୍ଣ୍ଣକାଳୀନ ଶ୍ରୀମନ୍ଦିର ପ୍ରଶାସକ ନିଯୁକ୍ତି

ଭୁବନେଶ୍ବର : ପୁରୀ ଶ୍ରୀମନ୍ଦିରର ପୂର୍ଣ୍ଣକାଳୀନ ପ୍ରଶାସକ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ତେବେ ଚଳିତବର୍ଷ ଡିସେମ୍ବର ୩୧ତାରିଖ ସୁଦ୍ଧା ଏହି ନିଯୁକ୍ତି କରିବା ଲାଗି ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଅନୁରୋଧ କରିଥିବା ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା। ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ସାରକା କହିଥିଲେ ଯେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ରାଜ୍ୟ ସରକାର ଜୁନ୍ ୨୦ତାରିଖରେ ଏକ ସତ୍ୟପାଠ ଜରିଆରେ ଶ୍ରୀଜଗନ୍ନାଥ ମନ୍ଦିରର ପ୍ରମୁଖ ପ୍ରଶାସକ ଡିସେମ୍ବର ୩୧ତାରିଖ ସୁଦ୍ଧା ତାଙ୍କର କର୍ତବ୍ୟ ପାଳନ କରିବା ପାଇଁ ପ୍ରାର୍ଥନା କରିଥିଲେ।

ସମ୍ବନ୍ଧିତ ଖବର