ଆସନ୍ତା ଶିକ୍ଷାବର୍ଷରୁ ବଢ଼ିବ ରେଡକ୍ରସ୍‌ ଫି’

ଭୁବନେଶ୍ବର : ୨୦୨୦-୨୧ ଶିକ୍ଷାବର୍ଷରୁ ରେଡ୍‌କସ୍‌ ବାବଦରେ ଛାତ୍ରଛାତ୍ରୀଙ୍କୁ ଅଧିକ ଫି’ ଦେବାକୁ ପଡ଼ିବ। ଯୁକ୍ତ୨ ଓ ଯୁକ୍ତ୩ କଲେଜରେ ନାମଲେଖା ସମୟରେ ଛାତ୍ରଛାତ୍ରୀଙ୍କୁ ଆଗରୁ ୧୦ ଟଙ୍କା ଲେଖାଏ ଦେବାକୁ ପଡ଼ୁଥିଲା। ଏଣିକି ସେମାନଙ୍କୁ ୨୦ ଟଙ୍କା ଦେବାକୁ ପଡ଼ିବ। ୨୦୧୯ ନଭେମ୍ବର ୮ରେ ବସିଥିବା ଯୁବ ରେଡକସ୍‌ ରାଜ୍ୟ କାର୍ଯ୍ୟକାରୀ କମିଟି ବୈଠକରେ ନିଆଯାଇଥିବା ନିଷ୍ପତ୍ତିକୁ ଆସନ୍ତା ଶିକ୍ଷାବର୍ଷରେ ଲାଗୁ କରିବାକୁ ଆଜି ସମସ୍ତ ସରକାରୀ ଡିଗ୍ରି କଲେଜ, ଅନୁଦାନପ୍ରାପ୍ତ ବେସରକାରୀ ଡିଗ୍ରି କଲେଜ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷମାନଙ୍କୁ ନିର୍ଦେଶ ଦିଆଯାଇଛି। ମୋଟ ୨୦ ଟଙ୍କା ମଧ୍ୟରୁ ୭୦ ପ୍ରତିଶତ ତଥା ୧୪ ଟଙ୍କାରେ କଲେଜରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ। ବାକି ୬ ଟଙ୍କାକୁ ରାଜ୍ୟ ଯୁବ ରେଡକ୍ରସ୍‌ ଆକାଉଣ୍ଟରେ ଦାଖଲ କରିବାକୁ ସମସ୍ତ କଲେଜକୁ କୁହାଯାଇଛି।

ସମ୍ବନ୍ଧିତ ଖବର