ଭୁବନେଶ୍ବର : ରେଡ୍କ୍ରସ ରାଜ୍ୟ ଶାଖା ସୁରକ୍ଷା ସମିତି, ଓଡ଼ିଶାର ଆଜୀବନ ସଦସ୍ୟମାନଙ୍କର ଏକ ବୈଠକ ଆଜି ‘ସମ୍ବାଦ ଭବନ’ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ରେଡ୍କ୍ରସ୍ ସୋସାଇଟି, ଓଡ଼ିଶା ଶାଖାକୁ ଚଳଚଞ୍ଚଳ କରିବା ନିମନ୍ତେ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ବୈଠକରେ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗ ଦେଇ ସୁରକ୍ଷା ସମିତିର ଏକ ପତ୍ରିକା ଉନ୍ମୋଚନ କରିଥିଲେ। କରୋନା ପରେ ରାଜ୍ୟରେ ଥିବା ସମସ୍ତ ରେଡ୍କ୍ରସ୍ ସଦସ୍ୟ/ସଦସ୍ୟାମାନଙ୍କର ଏକ ବିଶାଳ ବୈଠକ ଅନୁଷ୍ଠିତ କରାଯିବା ନେଇ ଆଜି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଆଜିର ବୈଠକରେ ସମିତିର ବରିଷ୍ଠ ସଦସ୍ୟ ଦ୍ବାରିକାନାଥ ମହାନ୍ତି, ଜଗନ୍ନାଥ ମହାପାତ୍ର, ସେବା ମହାପାତ୍ର, ଦୁର୍ଗାପ୍ରସାଦ ପାଢ଼ୀ, ନିମାଇଁ ଚରଣ ଦାସ, ଗୋବିନ୍ଦ ଚନ୍ଦ୍ର ସୁବୁଦ୍ଧି ଓ ବାସନ୍ତୀ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଅନୁଷ୍ଠାନର ଆବାହକ ଦିଲ୍ଲୀପ ଦାଶଶର୍ମା ଧନ୍ୟବାଦ ଜଣାଇଥିଲେ।
ରେଡ୍କ୍ରସ ରାଜ୍ୟ ଶାଖା ସୁରକ୍ଷା ସମିତି ବୈଠକ: ଭାରତୀୟ ରେଡ୍କ୍ରସ୍ ସୋସାଇଟିକୁ ଅଧିକ ଚଳଚଞ୍ଚଳ କରାଯିବ
/sambad/media/post_attachments/wp-content/uploads/2021/04/m15-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)