ପାରଳାଖେମୁଣ୍ଡି: ଜଙ୍ଗଲ ବିଭାଗ ଦ୍ଵାରା ବିପୁଳ ପରିମାଣର ବହୁମୂଲ୍ୟ ବିରଳ ରକ୍ତ ଚନ୍ଦନ କାଠ ଜବତ କରାଯାଇଛି । ଜଙ୍ଗଲ ବିଭାଗ ଓ ପୁଲିସର ମିଳିତ ଚଢାଉ ପରେ ଜବତ ହୋଇଛି ୬ କୁଇଣ୍ଟାଲ ୬୦ କିଗ୍ରା ରକ୍ତ ଚନ୍ଦନ କାଠ । ଯାହାର ଆନୁମାନିକ ମୁଲ୍ୟ ଲକ୍ଷାଧିକ ଟଙ୍କା ହୋଇଥିବାବେଳେ ଗାରାବନ୍ଧ ଥାନା ଅନ୍ତର୍ଗତ ଭିମପୁର ନିକଟ ଏକ ପରିତ୍ୟକ୍ତ ଘରୁ ଏ ସବୁ କାଠ ଜବତ ହୋଇଛି | ତେବେ ଏ ଘଟଣାରେ କୌଣସି ଅଭିଯୁକ୍ତ ଗିରଫ ହୋଇନାହାନ୍ତି ।

Advertisment

ସୂଚନା ପ୍ରକାରେ ଏକ ମାସ ପୂର୍ବେ ଏହି ଚୋରା କାରବାର ନେଇ ଖବର ପାଇଥିଲା ଜଙ୍ଗଲ ବିଭାଗ। ଅତର୍କିତ ଚଢ଼ାଉ ପାଇଁ ଏକ ସ୍ବତନ୍ତ୍ର ଟିମ୍ ପ୍ରସ୍ତୁତ କରିଥିଲା ବ୍ଲୁ ପ୍ରିଣ୍ଟ। ତଥାପି ଚୋରା ଚାଲାଣକାରୀ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି । ଖବର ନେବାରେ ଜଣାପଡିଛି ଆନ୍ତଃରାଜ୍ୟ ମାଫିଆଙ୍କ ସହ ସମ୍ପୃକ୍ତ ଏ ଅଞ୍ଚଳର ରାକେଟ ବର୍ଷ ବର୍ଷ ଧରି ସଂରକ୍ଷିତ ଜଙ୍ଗଲରୁ ବହୁ ମୂଲ୍ୟବାନ ବିରଳ ରକ୍ତ ଚନ୍ଦନ କାଠକୁ ରାଜ୍ୟ ତଥା ଦେଶ ବାହାରକୁ ଚାଲାଣ କରୁଛନ୍ତି।

publive-image

ଅନେକ ସମୟରେ ଓଡ଼ିଶାରୁ ଖସି ଆନ୍ଧ୍ର ପ୍ରଦେଶର ସୀମାରେ ମାଫିଆ ଧରା ପଡୁଥିଲେ । ଯାହା ବନ ବିଭାଗର କାର୍ଯ୍ୟଦକ୍ଷତା ଉପରେ ସନ୍ଦେହ ଘେରକୁ ଆଣୁଥିଲା। ତେବେ ଦୀର୍ଘ ବର୍ଷ ବ୍ୟବଧାନ ପରେ ଚଢ଼ାଉ ପାଇଁ ବନ ବିଭାଗ ଅଣ୍ଟା ଭିଡିଛି । ଜବତ ହୋଇଥିବା ୧୮ଖଣ୍ଡ ରକ୍ତ ଚନ୍ଦନ କାଠର ବିଦେଶରେ ଚାହିଦା ଅଧିକ ରହିଛି। ଏହାର ଅନୁମାନିକ ମୁଲ୍ୟ ୧୫ଲକ୍ଷ ଟଙ୍କାରୁ ଅଧିକ ହେବ ।