ପ୍ରବଳ ବର୍ଷିବ: ୭ ଜିଲ୍ଲାକୁ ରେଡ୍‌ଓ୍ଵାର୍ଣ୍ଣିଂ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ। ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ପାଣିପାଗ ବିଭାଗ ରେଡ୍‌ୱାର୍ଣ୍ଣିଂ ଜାରି କରିଛି। ଆଗାମୀ ୪୮ ଘଣ୍ଟା ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସୁନ୍ଦରଗଡ଼, ବଲାଙ୍ଗିର, କଳାହାଣ୍ଡି, ବୌଦ୍ଧ, ସୋନପୁର, ନୂଆପଡ଼ା ଏବଂ ଝାରସୁଗୁଡ଼ାକୁ ରେଡ୍‌ୱାର୍ଣ୍ଣିଂ ଜାରି ହୋଇଛି।

ସେହିପରି ପାଣିପାଗ ବିଭାଗ ପକ୍ଷରୁ କୋରାପୁଟ, ରାୟଗଡ଼ା, କନ୍ଧମାଳ, ନବରଙ୍ଗପୁର, ଅନୁଗୁଳ, ଦେବଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଂଜ ଓ ବରଗଡ଼କୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି ହୋଇଛି। ମାଲକାନଗିରି, ଢେଙ୍କାନାଳ, କଟକ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଜପତି ଓ ଗଂଜାମ ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି ହୋଇଛି।

ପଶ୍ଚିମ ଓଡ଼ିଶାରେ ରବିବାର ରାତି ଠାରୁ ବର୍ଷା ଜାରି ରହିଛି। ବଲାଙ୍ଗୀର ଓ ସୋନପୁର ଜିଲ୍ଲାର କିଛି ସ୍ଥାନରେ ବିଗତ କିଛି ବର୍ଷ ମଧ୍ୟରେ ଏଭଳି ବର୍ଷା ହୋଇ ନଥିବା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି। ବର୍ଷା ଯୋଗୁଁ ମହାନଦୀ, ତେଲ ନଦୀ, ସୁକତେଲ ନଦୀ, ବାଘ ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି। ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି। ତେଣୁ ବୁଧବାର ପ୍ରଥମ ବନ୍ୟା ଜଳ ନିଷ୍ପାସନ ହେବ।

ସମ୍ବନ୍ଧିତ ଖବର