ଭୁବନେଶ୍ବର: ଭାରତର ଅନ୍ୟାନ୍ୟ ଅଞ୍ଚଳ ପରି, ଓଡ଼ିଶାରେ ମଧ୍ୟ ଯୁବପିଢ଼ିଙ୍କ ମଧ୍ୟରେ ଡିଜିଟାଲ୍ କଣ୍ଟେଟ୍ କରିବା ବୃଦ୍ଧି ପାଉଛି। ସ୍ମାର୍ଟଫୋନ୍ ଏବଂ ଇଣ୍ଟରନେଟ୍ ସୁବିଧାର ବୃଦ୍ଧି ସହିତ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକ ଆତ୍ମ-ପ୍ରକାଶନ, ସୃଜନଶୀଳତା ଏବଂ ଆୟ ପାଇଁ ଏକ ଲୋକପ୍ରିୟ ମାଧ୍ୟମ ପାଲଟିଛି।
ଲାଇକ୍ ଏବଂ ଅଧିକ ଭ୍ୟୁ ପାଇବା ପାଇଁ, ଜଳପ୍ରପାତ, ରେଳ ଟ୍ରାକ୍ ଏବଂ ଅନ୍ୟାନ୍ୟ ସ୍ଥାନରେ ବିପଦପୂର୍ଣ୍ଣ ଷ୍ଟଣ୍ଟ କରିବା ନେଇ ରାଜ୍ୟର ପିଲା ଠୁ ବୁଢ଼ାଙ୍କ ମଧ୍ୟରେ ରିଲ୍ ମାନିଆ ଚିନ୍ତାଜନକ ଭାବେ ବୃଦ୍ଧି ପାଉଛି।
ବିଶେଷଜ୍ଞମାନେ ମତ ଦିଅନ୍ତି ଯେ ଏହା ଏବେ ରାତାରାତି ଲୋକପ୍ରିୟ ହେବାର ଏକ ସହଜ ମାଧ୍ୟମ ପାଲଟିଛି। ଏହା ସହିତ ସହଜ ରୋଜଗାରର ମଧ୍ୟ ଏକ ସ୍ରୋତ ପାଲଟିଛି। ମନସ୍ତତ୍ତ୍ୱବିତ୍ ମାନଙ୍କ ଅନୁସାରେ ଅନେକ ଲୋକଙ୍କ ମଧ୍ୟରେ ଧୀରେ ଧୀରେ ସୋସିଆଲ ମିଡିଆ କ୍ରେଜ୍ ପାଇଁ ବଞ୍ଚିବାର ପ୍ରବୃତ୍ତି ବିକଶିତ ହେବାରେ ଲାଗିଛି। ବିଷୟବସ୍ତୁ ଯେତେ ଅଧିକ ଆପତ୍ତିଜନକ କିମ୍ବା ବିପଦପୂର୍ଣ୍ଣ ହେବ ସେତେ ଅଧିକ ଲାଇକ୍ ଏବଂ ଅଧିକ ଭ୍ୟୁ ମିଳିବ।
ଯୁବ ବର୍ଗ ଏବଂ ପିଲାମାନେ ବିପଦପୂର୍ଣ୍ଣ ରିଲ୍ କରୁଛନ୍ତି। ସେମାନଙ୍ ମନରେ ନିଜେ କିଛି ଅଲଗା କରି ଦେଖାଇବାର ଇଚ୍ଛା ରହିଛି। ସେମାନଙ୍କ ଏହି ଆଚରଣ ବିପଦପୂର୍ଣ୍ଣ ରିଲ୍ ସମସ୍ୟା ବୃଦ୍ଧି କରୁଛି। ଫରେ ରାଜ୍ୟର ପିଲାଙ୍କ ଠାରୁ ଆରମ୍ଭ କରି ବୁଢ଼ାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଭିତରେ ସୋସିଆଲ ମିଡିଆରେ ପରିଚିତ ଚେହେରା ହେବାର ନିଶା ବଢ଼ିବାରେ ଲାଗିଛି। ସୋସିଆଲ ମିଡିଆ ଏବଂ ମୋବାଇଲ୍ ନିଶା ଅତ୍ୟନ୍ତ ବିପଦଜନକ। ଲୋକମାନେ ଦିନର ଏକ ନିର୍ଦ୍ଦିଷ୍ଟ ସମୟରେ ସେମାନଙ୍କର ସୋସିଆଲ ମିଡିଆ ସମ୍ପୃକ୍ତିକୁ ସୀମିତ ରଖିବାକୁ ଚେଷ୍ଟା କରିବା ଆବଶ୍ୟକ ବୋଲି ବିଶେଷଜ୍ଞ ମତ ଦିଅନ୍ତି। ଏହା ଦ୍ବାରା ରିଲ୍ କରିବାର ମାନିଆରୁ ମୁକୁଳିବାର ରାସ୍ତା ମିଳିବାର ଆଶା ରହିଛି।
ରିଲ୍ ଜୀବନ ଅପେକ୍ଷା ବାସ୍ତବ ଜୀବନ ଅଧିକ ଗୁରୁତ୍ୱପୂର୍ଣ୍ଣ। ମାତ୍ର ଏହାକୁ ରିଲ୍ କରୁଥିବା ଲୋକେ ଅଣଦେଖା କରୁଛନ୍ତି।
ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକ ବିପଦପୂର୍ଣ୍ଣ ବିଷୟବସ୍ତୁକୁ ରୋକିବା ପାଇଁ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ୟୁଟ୍ୟୁବ୍ କ୍ଷତିକାରକ କିମ୍ବା ବେଆଇନ କାର୍ଯ୍ୟକଳାପକୁ ଉତ୍ସାହିତ କରୁଥିବା ଭିଡିଓ ବିରୁଦ୍ଧରେ ନୀତି ଆଣିଛି। ଇନଷ୍ଟାଗ୍ରାମ୍ ବିପଦପୂର୍ଣ୍ଣ ଆଚରଣକୁ ଦର୍ଶାଇଥିବା ପୋଷ୍ଟଗୁଡ଼ିକୁ ଫ୍ଲାଗ୍ କରୁଛି। ତଥାପି, କାର୍ଯ୍ୟାନୁଷ୍ଠାନରୁ ବଞ୍ଚିବା ପାଇଁ ରିଲ୍ ତିଆରି କରୁଥିବା ଲୋକେଫିଲ୍ଟର ଗୁଡ଼ିକରୁ କିପରି ଦୂରେଇ ରହିହେବ ତାହାର ଉପାୟ ବହାର କରୁଛନ୍ତି।
ବନ୍ୟପ୍ରାଣୀ (ସୁରକ୍ଷା) ଆଇନ ଅନୁଯାୟୀ ସୁରକ୍ଷିତ ବନ୍ୟପ୍ରାଣୀଙ୍କ ସହ ଫଟୋ କିମ୍ବା ଭିଡିଓ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିବା ବିରୁଦ୍ଧରେ ଓଡ଼ିଶା ସରକାର ସତର୍କ କରାଇଛନ୍ତି, କାରଣ ଏହା ଆଇନର ଉଲ୍ଲଂଘନ କରିଥାଏ।
କିନ୍ତୁ ରିଲ୍ କରୁଥିବା ଲୋକେ ରିଲ୍ କିମ୍ବା ଭିଡିଓ ସେମାନଙ୍କ ଜୀବନ ଠାରୁ ମୂଲ୍ୟବାନ ନୁହେଁ ବୋଲି ବୁଝି ପାରୁ ନାହାନ୍ତି। ପରିଚିତି ହାସଲ କରିବା ପାଇଁ ସେମାନେ ନିଜ ଜୀବନକୁ ବାଜି ଲଗାଉଛନ୍ତି। ତେବେ ଏହାର ସମାଧାନ ସଚେତନତା ଦ୍ବାରା ହୋଇ ପାରିବ ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି।