ପୁରୀ: ଟ୍ରେନ୍ ସମ୍ମୁଖରେ ରିଲ୍ସ କରିବା ମହଙ୍ଗା ପଡ଼ିଲା। ଜଣେ ୧୫ ବର୍ଷୀୟ ନାବାଳକ ଟ୍ରେନ୍ ସମ୍ମୁଖରେ ଦୁଃସାହାସିକ ରିଲ୍ସ କରୁଥିବା ବେଳେ ଟ୍ରେନ୍ ଧକ୍କାରେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଛି। ଏହି ରିଲ୍ସକୁ ମୋବାଇଲରେ ରେକର୍ଡିଂ କରୁଥିବା ସାଙ୍ଗ ତାଙ୍କ ପରିବାର ଲୋକଙ୍କୁ ଖବର ଦେବା ସହ ଦୁର୍ଘଟଣାରେ ଗୁରୁତର ନାବାଳକଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ଜିଆର୍ପି ଥାନା ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରି ୪୦/୨୫ ନମ୍ବରରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ପଞ୍ଚନାମା କରାଇ ପରିବାରକୁ ହସ୍ତାନ୍ତର କରାଇଛି। ବାସେଳିସାହି ଥାନା ଅନ୍ତର୍ଗତ ମଙ୍ଗଳାଘାଟର ଦିଲ୍ଲୀପ କୁମାର ସାହୁଙ୍କ ପୁଅ ବିଶ୍ବଜିତ୍ ସାହୁ(୧୫) ୟୁଟ୍ୟୁବ୍ରେ ରିଲ୍ସ କରନ୍ତି। ତେବେ ସେ ଗତକାଲି ଚନ୍ଦନପୁରରେ ଥିବା ଓଭରବ୍ରିଜ୍ରେ ଟ୍ରେନ୍ ସମ୍ମୁଖରେ ଦୁଃସାହାସିକ ରିଲ୍ସ କରିବାପାଇଁ ସାଙ୍ଗ ସନ୍ତୋଷ କୁମାର ସାହୁ ସହିତ ଯାଇଥିଲେ। ସେଠାରେ ପୁରୀ ଆଡ଼ୁ ଆସୁଥିବା ଅନୁଗୁଳ ମେମୁ ଟ୍ରେନ୍ ସମ୍ମୁଖରେ ବିଶ୍ବଜିତ ଛିଡ଼ା ହୋଇଥିବା ବେଳେ ସନ୍ତୋଷ ମୋବାଇଲ ଫୋନ୍ରେ ରେକର୍ଡିଂ କରୁଥିଲେ। ମାତ୍ର ସେ ଜାଣିନଥିଲେ ଯେ ତାଙ୍କ ପଛପଟୁ ମୃତ୍ୟୁ ତାଙ୍କ ପାଖକୁ କ୍ଷୀପ୍ରଗତିରେ ଆସୁଥିଲା ବୋଲି। ଟ୍ରେନ୍ ଧକ୍କା ଦେବା ପରେ ଗୁରୁତର ବିଶ୍ବଜିତଙ୍କୁ ଡାକ୍ତରଖାନାକୁ ନେବାପାଇଁ ସନ୍ତୋଷ ସ୍ଥାନୀୟ ବାସିନ୍ଦାମାନଙ୍କୁ ନେହୁରା ହୋଇଥିଲେ ମଧ୍ୟ କେହି ତାଙ୍କ କଥା ଶୁଣିନଥିଲେ।
ଚଳନ୍ତା ଟ୍ରେନ୍ ସମ୍ମୁଖରେ ରିଲ୍ସ ନାବାଳକର ଜୀବନ ଗଲା
ଟ୍ରେନ୍ ସମ୍ମୁଖରେ ରିଲ୍ସ କରିବା ମହଙ୍ଗା ପଡ଼ିଲା। ଜଣେ ୧୫ ବର୍ଷୀୟ ନାବାଳକ ଟ୍ରେନ୍ ସମ୍ମୁଖରେ ଦୁଃସାହାସିକ ରିଲ୍ସ କରୁଥିବା ବେଳେ ଟ୍ରେନ୍ ଧକ୍କାରେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଛି।
/sambad/media/media_files/2025/10/23/untitled-17-2025-10-23-07-07-00.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)