ଅନ୍‌ଲାଇନ୍‌ରେ ଅଧ୍ୟାପକଙ୍କ ପାଇଁ ରିଫ୍ରେସର କୋର୍ସ

ଭୁବନେଶ୍ବର : ସରକାରୀ କଲେଜ ଅଧ୍ୟାପକଙ୍କ ପାଇଁ ଅନ୍‌ଲାଇନ୍‌ରେ ରିଫ୍ରେସର କୋର୍ସ ଅନୁଷ୍ଠିତ ହେବ। ସେପ୍ଟେମ୍ବରରେ ଉଦ୍ଭିଦ ବିଜ୍ଞାନ, ରସାୟନ ବିଜ୍ଞାନ, ଅକ୍ଟୋବର-ନଭେମ୍ବରରେ ଭୂଗୋଳ ଓ ସଂସ୍କୃତ, ସେପ୍ଟେମ୍ବର-ଅକ୍ଟୋବର ମାସରେ ଭୂତତ୍ତ୍ବ, ଗଣିତ, ପଦାର୍ଥ ବିଜ୍ଞାନ, ଦର୍ଶନଶାସ୍ତ୍ର, ଡିସେମ୍ବରରେ ପରିସଂଖ୍ୟାନ, ନଭେମ୍ବରରେ ପ୍ରାଣୀ ବିଜ୍ଞାନ ବିଷୟର ରିଫ୍ରେସର କୋର୍ସ ଅନୁଷ୍ଠିତ ହେବ। ଏହି କୋର୍ସ ଲାଗି ଅଧ୍ୟାପକଙ୍କୁ କୌଣସି ପ୍ରକାର ପଞ୍ଜୀକରଣ ଫି’ ଦେବାକୁ ପଡ଼ିବ ନାହିଁ। କଲେଜ ଅଧ୍ୟାପକମାନେ https://hrdc.unipune.ac.in ୱେବସାଇଟ୍‌ ମାଧ୍ୟମରେ ପଞ୍ଜୀକରଣ କରିପାରିବେ। ଆବେଦନ ତାରିଖ ଖୁବ୍‌ଶୀଘ୍ର ଜଣାଇ ଦିଆଯିବ। ପଞ୍ଜୀକରଣ ପ୍ରକ୍ରିୟା ଶେଷ ହେବା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରତି ବିଷୟ‌ରେ ଅତିବେଶିରେ ୫୦ ଜଣ ଅଧ୍ୟାପକଙ୍କୁ ଚିହ୍ନଟ କରାଯିବ। ପୂର୍ବାହ୍ନ ୨ଟା ୧୫ରୁ ସନ୍ଧ୍ୟା ୭ଟା ୧୫ ଯାଏ ୩ଟି ଅଧିବେଶନରେ ଅଧ୍ୟାପକଙ୍କୁ ତାଲିମ ଦିଆଯିବ। ଅଧ୍ୟାପକମାନେ ନିଜ ଘରୁ କିମ୍ବା କଲେଜରୁ ଅନ୍‌ଲାଇନ୍‌ କ୍ଲାସ୍‌ରେ ସାମିଲ ହୋଇପାରିବେ। କୋର୍ସ ସରିବା ପରେ ସେମାନଙ୍କୁ ଗ୍ରେଡ୍‌ ଅନୁଯାୟୀ ସାର୍ଟିଫିକେଟ୍‌ ପ୍ରଦାନ କରାଯିବ ବୋଲି ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର