ସ୍କୁଲ ପିଲାଙ୍କୁ ଗାଡ଼ି ଚଳାଇବା ମନା

ରାଉରକେଲା: ଗାଡ଼ି ଚଳାଇ ପାରିବେନି ସ୍କୁଲ ଛାତ୍ରଛାତ୍ରୀ। ଯେଉଁମାନେ ପରିବହନ ନିୟମ ଭାଙ୍ଗିବେ ସେମାନଙ୍କୁ ୨୫ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ଏମିତି କଡ଼ାକଡି ନିୟମ କରିଛି ରାଜ୍ୟ ପରିବହନ ବିଭାଗ। ଆଜିଠୁ ସାରା ରାଜ୍ୟରେ ଯାଞ୍ଚ ପ୍ରକ୍ରିୟାକୁ କଡାକଡ଼ି କରାଯାଇଛି। ରାଉରକେଲା ଆମ୍ବାଗନ୍‌ ଛକରେ ଆଞ୍ଚଳିକ ଛକରେ ରାଉର‌କେଲା ପରିବହନ ଅଧିକାରୀଙ୍କ ନେତୃତ୍ବରେ ପରିବହନ କର୍ମଚାରୀମାନେ ସ୍କୁଟି, ମୋଟରବାଇକ୍‌ ନେଇ ସ୍କୁଲ ଯାଉଥିବା ଛାତ୍ରଛାତ୍ରୀଙ୍କୁ ଯାଞ୍ଚ କରିଥିଲେ। ପ୍ରାୟ ୩ ଘଣ୍ଟା ଧରି ମୋଟରବାଇକ୍‌, ସ୍କୁଟି ସହ କାର୍‌ଗୁଡ଼ିକୁ ଯାଞ୍ଚ କରାଯାଇଥିଲା।

୧୧ ସ୍କୁଲ ପିଲାଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଜରିମାନା
ହେଲମେଟ୍‌ ନ ଥିବାରୁ ତଣ୍ଡ ଗଣିଲେ ୫୦ ଗାଡିଚାଳକ

ବିଭିନ୍ନ ସ୍କୁଲର ୧୧ ସ୍କୁଲ ଛାତ୍ରଛାତ୍ରୀଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଜରିମାନା କରାଯାଇଛି। ସେମାନଙ୍କ ଗାଡ଼ିଗୁଡ଼ିକୁ ମଧ୍ୟ ଜବତ କରାଯାଇଛି। ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟରେ ୨୫ ହଜାର ଟଙ୍କା ଜରିମାନା ଜମା କରିବା ପରେ ଗାଡ଼ିଗୁଡ଼ିକୁ ତାଙ୍କ ଅଭିଭାବକଙ୍କୁ ହସ୍ତାନ୍ତର କରାଯିବ ବୋଲି ପରିବହନ ଅଧିକାରୀ କହିଛନ୍ତି। ସେମିତି ବିନା ହେଲ୍‌ମେଟ୍‌ରେ ଗାଡି ଚଳାଉଥିବା ୫୦ ଜଣ ମଧ୍ୟ ତଣ୍ଡ ଗଣିଛନ୍ତି। ଆସନ୍ତା ଏପ୍ରିଲ ୧ରୁ ୭ ପର୍ଯ୍ୟନ୍ତ ପୁଲିସ ସହାୟତାରେ ଯାଞ୍ଚକୁ କଡାକଡି କରାଯିବ ବୋଲି ପରିବହନ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର