ପୂର୍ବତଟ ରେଳପଥ ଅଧିନରେ ‌ପ୍ଳାଟଫର୍ମ ଟିକେଟ ଦର ବୃଦ୍ଧି କରାଯାଇନି

ଭୁବନେଶ୍ବର: ଦ୍ରୁତ ଗତିରେ ଭିଡ଼ ଏଡ଼ାଇବା ପାଇଁ କେତେକ ରେଳ ଷ୍ଟେସନରେ ଅସ୍ଥାୟୀ ରୂପେ ପ୍ଲାଟଫର୍ମ ଟିକେଟ୍ ମୂଲ୍ୟ ବୃଦ୍ଧି କରାଯାଇଛି। କେବଳ ବୈଧ ଟିକେଟ୍ ସହିତ ଯାତ୍ରୀମାନଙ୍କୁ ପ୍ଲାଟଫର୍ମରେ ପ୍ରବେଶ କରିବା ପାଇଁ ଅନୁମତି ଦିଆଯାଉଛି। ବିନା ଟିକେଟ୍ ଅଥବା ୱେଟିଂ ଟିକେଟ୍ ଧାରକମାନଙ୍କୁ ଷ୍ଟେସନ୍ ପ୍ଲାଟଫର୍ମକୁ ପ୍ରବେଶ ଅନୁମତି ଦିଆଯାଉ ନାହିଁ। ଷ୍ଟେସନ୍ ଏବଂ ଟ୍ରେନ୍ ଭିତରକୁ ପ୍ରବେଶ କରିବା ପାଇଁ ଯେଉଁ ଯାତ୍ରୀମାନଙ୍କ ଠାରେ ସୁନିଶ୍ଚିତ ଟ୍ରେନ୍‌ ଟିକେଟ ଥିବ, ସେମାନଙ୍କୁ ପ୍ଲାଟଫର୍ମ ଟିକେଟ୍ କିଣିବାର ଆବଶ୍ୟକ ନାହିଁ। ତେଣୁ ଯାତ୍ରୀମାନଙ୍କୁ ଅତିରିକ୍ତ ଆର୍ଥିକ ବୋଝ ପଡ଼ିବ ନାହିଁ।

ପୂର୍ବତଟ ରେଳପଥ ଅଧିନରେ ଥିବା ଭୁବନେଶ୍ୱର ଷ୍ଟେସନରେ ଲକ୍‌ଡାଉନ୍‌ ପ୍ରାରମ୍ଭିକ ପର୍ଯ୍ୟାୟରେ ୩ ଦିନ ପାଇଁ କାର୍ଯ୍ୟକାରୀ କରାଯାଇଥିଲା। ସେହିଭଳି କେବଳ ରଥଯାତ୍ରା ଏବଂ ମେଳା ସମୟରେ ଷ୍ଟେସନରେ ଭିଡ଼ ହ୍ରାସ କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ପ୍ଲାଟଫର୍ମ ଟିକେଟ ଦର ବୃଦ୍ଧି କରାଯାଇଥିଲା। ପୂର୍ବତଟ ରେଳବାଇ ପ୍ଲାଟଫର୍ମ ଟିକେଟ ବିକ୍ରି କରି ଏଥିରୁ ଟଙ୍କା ରୋଜଗାର କରିବାକୁ ଚାହୁଁନାହିଁ। କିନ୍ତୁ ଏହି ଉପାୟରେ ଷ୍ଟେସନରେ ଲୋକଙ୍କର ଭିଡ଼ ହ୍ରାସ କରିବାକୁ ଚାହୁଁଛି।

ସମ୍ବନ୍ଧିତ ଖବର