ଏସ୍‌ବିଆଇର ଆଞ୍ଚଳିକ ପ୍ରଶାସନିକ କାର୍ଯ୍ୟାଳୟ ଲୋକାର୍ପିତ

ବାଲେଶ୍ବର: ବାଲେଶ୍ବର ସହର ଅଙ୍ଗାରଗଡ଼ିଆ ଶିଳ୍ପାଞ୍ଚଳରେ ଆଜି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ପ୍ରଶାସନିକ କାର୍ଯ୍ୟାଳୟ ଲୋକାର୍ପିତ ହୋଇଯାଇଛି। ବ୍ୟାଙ୍କର ସ୍ଥାନୀୟ ମୁଖ୍ୟ କାର୍ଯ୍ୟାଳୟ, ନେଟୱାର୍କ-୧ର ମହାପ୍ରବନ୍ଧକ ଏମ୍‌ ପୋନ୍ନମ୍ବଲମଙ୍କ ମୁଖ୍ୟ ଅତିଥି ଭ‌ାବେ ଯୋଗଦେଇ ଏହାର ଲୋକାର୍ପଣ କରିଥିଲେ। ଏଥିରେ ଆଞ୍ଚଳିକ କାର୍ଯ୍ୟାଳୟର ଉପ-ମହାପ୍ରବନ୍ଧକ କୁନ୍ଦନ ଜ୍ୟୋତି, କ୍ଷେତ୍ରୀୟ ପ୍ରବନ୍ଧକ ପ୍ରଦୀପ କୁମାର ରଥ ଏବଂ ଅନ୍ୟ ଅଧିକାରୀଙ୍କ ସହ ସ୍ଥାନୀୟ ଶାଖାଗୁଡ଼ିକର ଅଧିକାରୀ ଓ ବିଭିନ୍ନ କର୍ମଚାରୀ ସଂଘର ସଦସ୍ୟମାନେ ଉପସ୍ଥିତ ଥିଲେ।

ଭୁବନେଶ୍ୱର ଅଞ୍ଚଳ-୨ ଅଧୀନରେ ଥିବା ଶାଖାଗୁଡ଼ିକର ଭୌଗୋଳିକ ସ୍ଥିତିକୁ ଦୃଷ୍ଟିରେ ରଖି ବାଲେଶ୍ଵରଠାରେ ଏହି ଆଞ୍ଚଳିକ କାର୍ଯ୍ୟାଳୟ ଖୋଲାଯାଇଥିବା ଶ୍ରୀ ପୋନ୍ନମ୍ବଲମ୍ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟାଳୟ ଅଧୀନରେ ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଅନୁଗୁଳ ଏବଂ ଢେଙ୍କାନାଳ ଜିଲ୍ଲା ରହିବ। ଏହାଦ୍ବାରା ବ୍ୟାଙ୍କର ବ୍ୟବସାୟ ଓ ଗ୍ରାହକ ସେବା କ୍ଷେତ୍ରରେ ଉନ୍ନତି ହୋଇପାରିବ ବୋଲି ଭୁବନେଶ୍ୱର ଅଞ୍ଚଳ-୨ ଶାଖାର ଉପମହାପ୍ରବନ୍ଧକ ଶ୍ରୀ ଜ୍ୟୋତି ଆଶାପ୍ରକାଶ କରିଥିଲେ। ଏହି ଅବସରରେ ବ୍ୟାଙ୍କ ତରଫରୁ ବାଲେଶ୍ଵର ଫକୀରମୋହନ ଗୋଲେଇ ଛକରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ସମ୍ବନ୍ଧିତ ଖବର