ଜୟପୁର: ରାଜ୍ୟସ୍ତରରେ ଆଜି ଲୋକାର୍ପିତ ହୋଇଥିବା ୫ଟି ଆଂଚଳିକ ବିଚାରବିଭାଗୀୟ ଏକାଡେମୀ (ରିଜିଓନାଲ ଜୁଡିସିଆଲ୍ ଏକାଡେମୀ) ମଧ୍ୟରୁ ଗୋଟିଏ ଜୟପୁରରେ ଲୋକାର୍ପଣ ହୋଇଛି। ଜିଲ୍ଲା କୋର୍ଟ ପରିସରରେ ଥିବା ପୁରୁଣା ଜିଲ୍ଲା ଦୌରାଜଜ୍ କୋର୍ଟ ପରିସରରେ ଏହାକୁ ଆରମ୍ଭ କରାଯାଇଛି। ଏହାକୁ ସୁପ୍ରିମକୋର୍ଟର ବିଚାରପତି ସୂର୍ଯ୍ୟକାନ୍ତ ଭିଡିଓ କନଫେରନସିଂରେ ଲୋକାର୍ପିତ କରିଥିଲେ। ହାଇକୋର୍ଟର ମୁଖ୍ୟବିଚାରପତି ଏସ୍ ମୁରଲିଧର ଓ ଅନ୍ୟ ବିଚାରପତି ମାନେ କଟକ ହାଇକୋର୍ଟରେ ଉପସ୍ଥିତ ହୋଇଥିଲେ।
ସେଭଳି ଜୟପୁର ଠାରେ ହାଇକୋର୍ଟ ବିଚାରପତି ଭି.ନରସିଂହ ଯୋଗ ଦେଇ ଲୋକାର୍ପଣ କରିଥିଲେ। ଜିଲ୍ଲା ଦୌରାଜଜ୍ ସତ୍ୟ ନାରାୟଣ ମିଶ୍ର, ଜିଲ୍ଲାପାଳ ମହମ୍ମଦ ଆବ୍ଦଲ ଆକ୍ତର , ଅତିରିକ୍ତ ଜିଲ୍ଲା ଜଜ ଇ.ବିଘ୍ନେଶ୍ବର ରାଓ, ପରିବାର ଅଦାଲତ ବିଚାରପତି ଡଃ ପବିତ୍ର ମୋହନ ସାମଲ, ଅତିରିକ୍ତ ଜିଲ୍ଲା ଜଜ(ପକ୍ସୋ କୋର୍ଟ )ସିଏଚ୍. ବାସୁଦେବ ପାତ୍ର, ବରିଷ୍ଠ ଦେୱାନି ବିଚାରପତି(ମହିଳା କୋର୍ଟ) ଅଞ୍ଜଲି ମାଛଖଣ୍ଡ , ଜିଲ୍ଲା ଓକିଲ ସଂଘ ସଭାପତି ବିରେଶ ପଟ୍ଟନାୟକ, ସଂପାଦକ ପିଣ୍ଟୁ ମାଝୀ, ପୂର୍ବତନ ସଭାପତି ସରୋଜ ଦାଶ, ଓଡିଶା ବିଚାର ବିଭାଗୀୟ କର୍ମଚାରୀ ସଂଘର ସଭାପତି ପ୍ରଦୀପ କୁମାର ଦୋରା ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀ ଦୋରା ବିଚାରପତିଙ୍କୁ ସ୍ବାଗତ ଜଣାଇଥିଲେ। ଏହି ଅବସରରେ ଜିଲ୍ଲା ଦୌରାଜଜ୍ କୋର୍ଟରେ ନିରନ୍ତର ଭାବେ ଗତ ୩୦ବର୍ଷ ହେବ କାମ କରି ଆସିଥିବା ୨୩ଜଣ କର୍ମଚାରୀଙ୍କୁ ହାଇକୋର୍ଟର ବିଚାରପତି ସମ୍ବର୍ଦ୍ଧିତ କରିଥିଲେ।
ଏଥିରେ ତ୍ରିନାଥ କୁମାର ପାଢ଼ୀ, ସରୋଜ କୁମାର ମିଶ୍ର, ସୂର୍ଯ୍ୟନାରାୟଣ ସାହୁ, ପ୍ରତାପ କୁମାର ନାୟକ, ଏ.ପ୍ରସାଦ ରାଓ, ସନ୍ତୋଷ କୁମାର ମହାରାଣା, ଅଶୋକ କୁମାର ସାହୁ,ଏସ.ଗିରୀଶ, ନିଳକଣ୍ଡ ନାୟକ, ରାଜେନ୍ଦ୍ର କୁମାର ସାହୁ, ଅଶୋକ କୁମାର ପାଢ଼ୀ, କିଶୋର ଚନ୍ଦ୍ର ମହାରାଣା, ସୁଶାନ୍ତ କୁମାର ତ୍ରିପାଠୀ, ପ୍ରଦୀପ କୁମାର ମିଶ୍ରଙ୍କ ସହ ଅନ୍ୟ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ରାଜ୍ୟରେ ଆଜି ବ୍ରହ୍ମପୁର, ସମ୍ବଲପୁର, ଅନୁଗୁଳ , ବାଲେଶ୍ବର ସହ ଜୟପୁରରେ ଏହି ଏକାଡେମୀର ଲୋକାର୍ପଣ ହୋଇଥିଲା। ଆଜି ୩୦ଜଣ କର୍ମଚାରୀ ପ୍ରଥମ ବ୍ୟାଚରେ ତାଲିମ ନେଇଥିଲେ।