କଟକ : ଗଣତାନ୍ତ୍ରିକ ରାଷ୍ଟ୍ରରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କର ଯୋଜନାର ଉଦ୍ଦେଶ୍ୟ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଗଣମାଧ୍ୟମର ଉତ୍ତରଦାୟିତ୍ୱ। କଟକରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅନ୍ତର୍ଗତ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱର ପକ୍ଷରୁ ଆୟୋଜିତ ଦିନିକିଆ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା (ବାର୍ତ୍ତାଳାପ)ରେ ବକ୍ତାମାନେ ଯୋଗଦେଇ ଏହା କହିଛନ୍ତି।
କର୍ମଶାଳାରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଜିଲ୍ଲାପାଳ ଡକ୍ଟର ଭବାନୀ ଶଙ୍କର ଚୟନୀ କହିଥିଲେ ଯେ ବାର୍ତ୍ତାକୁ କାର୍ଯ୍ୟକ୍ରମର ରୂପରେଖ ଦେଲେ ତାହା ପରିବର୍ତ୍ତନ ବା ସଂସ୍କାର ଆଣିପାରିବ। କାର୍ଯ୍ୟକ୍ରମରେ ସମ୍ମାନିତ ବକ୍ତାଭାବେ ‘ସମାଜ’ର ସମ୍ପାଦକ କାନନବିହାରୀ ଦାସ, ସ୍ବନାମଧନ୍ୟ କ୍ରୀଡାବିତ ତଥା ଅଲମ୍ପିୟାନ ଅନୁରାଧା ବିଶ୍ୱାଳ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ବର କୁମାର କର, ଭୁବନେଶ୍ବର ପତ୍ର ସୂଚନା କାର୍ଯ୍ୟାଳୟର ଯୁଗ୍ମ ନିର୍ଦ୍ଦେଶକ ଓ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡର ଆଞ୍ଚଳିକ ଅଧିକାରୀ ଡକ୍ଟର ଗିରୀଶ ଚନ୍ଦ୍ର ଦାଶ, ବରିଷ୍ଠ ସାମ୍ବାଦିକ ତପନ କୁମାର ମିଶ୍ର, କଟକ ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକ ରାଜେଶ ବେହରା ପ୍ରମୁଖ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟାଳୟର ଗଣଯୋଗାଯୋଗ ଅଧିକାରୀ ପ୍ରଦୀପ କୁମାର ଚୌଧୁରୀ ସ୍ୱାଗତ ଭାଷଣ ଦେବାସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସୂଚନା ଅଧିକାରୀ ସ୍ୱାଧୀନ ଶକ୍ତିପ୍ରସାଦ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ସଂପର୍କରେ ତଥ୍ୟ ରଖିଥିଲେ। ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର ଧନ୍ୟବାଦ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/media-c.jpg)