ଭୁବନେଶ୍ବର : ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗଙ୍କ ତତ୍ତ୍ୱାବଧାନରେ ହେଉଥିବା ପଛୁଆ ବର୍ଗ ଅନଲାଇନ୍ ସର୍ଭେ ଜୁନ ୨୯ ପର୍ଯ୍ୟନ୍ତ ଚାଲୁ ରହିବ। ଏନେଇ ଗତ ୩୦ ତାରିଖରେ ପଛୁଆ ବର୍ଗ ଆୟୋଗଙ୍କ ଦ୍ୱାରା ସମସ୍ତ ବିଭାଗୀୟ ମୁଖ୍ୟ, ସମସ୍ତ ଜିଲ୍ଲାପାଳ ଓ ନଗରପାଳିକା ଆୟୁକ୍ତମାନଙ୍କୁ ସେମାନଙ୍କ ଅଧୀନରେ ଥିବା ସମସ୍ତ ପଛୁଆବର୍ଗ କର୍ମଚାରୀଙ୍କର ପଞ୍ଜୀକରଣ ନିମନ୍ତେ ଅନୁରୋଧ କରାଯାଇଛି। ତେଣୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ପଛୁଆ ବର୍ଗ ଛାତ୍ରଛାତ୍ରୀ ଓ କାର୍ଯ୍ୟରତ କର୍ମଚାରୀଙ୍କ ପଞ୍ଜୀକରଣ ନିମନ୍ତେ କୁଳସଚିବମାନଙ୍କୁ ଅନୁରୋଧ କରାଯାଇଛି। ସେମାନେ ଅନଲାଇନ୍ https://oscbcapi.odisha.gov.in କିମ୍ବା ‘ମୋ ସେବା କେନ୍ଦ୍ର’କୁ ଯାଇ ନିଜ ତଥ୍ୟ ପ୍ରଦାନ କରିବାକୁ ପଛୁଆ ବର୍ଗ ଆୟୋଗ ଅନୁରୋଧ କରିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp