ଭୁବନେଶ୍ୱର: ରାଜ୍ୟରେ ଦିନକୁ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବଢ଼ୁଛି। ୨୪ ଘଣ୍ଟା ମଧ୍ୟରେ ୧୦ ଜଣ ବ୍ୟକ୍ତି କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ତେବେ ଏହାକୁ ମିଶାଇ ରାଜ୍ୟରେ ଏଯାବତ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୭୨କୁ ବୃଦ୍ଧି ପାଇଛି । ଗଞ୍ଜାମ ଜିଲ୍ଲାରୁ ୪ ଜଣ, ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨ ଜଣ ଲେଖାଏଁ ଏବଂ ଭଦ୍ରକ ଓ ବରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁମୁଖରେ ପଡ଼ିଥିବା ସୂଚନା ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
କରୋନାରେ ସଂକ୍ରମିତ ହୋଇ ଗଞ୍ଜାମ ଜିଲ୍ଲାରୁ ୫୩ ବର୍ଷୀୟ ଜଣେ ମହିଳା, ୫୮ବର୍ଷୀୟ ଜଣେ ପୁରୁଷ, ୫୦ବର୍ଷର ଜଣେ ପୁରୁଷ ଓ ୪୨ବର୍ଷର ଜଣେ ପୁରୁଷଙ୍କ ମୃତ୍ୟୁ ହୋଇଥିବା ବେଳେ ସୁନ୍ଦରଗଡରୁ ୫୫ବର୍ଷର ଜଣେ ମହିଳା ଓ ୫୫ବର୍ଷର ଜଣେ ପୁରୁଷ, ବରଗଡରୁ ଜଣେ ୪୬ବର୍ଷର ପୁରୁଷ, ଭଦ୍ରକ ଜିଲ୍ଲାରୁ ଜଣେ ୩୦ବର୍ଷର ମହିଳା ଓ ଭୁବନେଶ୍ୱରରୁ ଜଣେ ୩୨ବର୍ଷ ଓ ଜଣେ ୮୦ବର୍ଷ ପୁରୁଷ କରୋନା ଆକ୍ରାନ୍ତଙ୍କର ଗତ ୨୪ଘଣ୍ଟା ମଧ୍ୟରେ ମୃତ୍ୟୁ ହୋଇଥିବା ସୂଚନା ରହିଛି।
Regret to inform the demise of Ten #COVID19 positive patients while under treatment in hospitals.
1. A 46-year old male of Bargarh district who was also suffering from Diabetes, Hypertension.
— H & FW Dept Odisha (@HFWOdisha) August 19, 2020
ସୂଚନାଯୋଗ୍ୟ, ଆଜି ରାଜ୍ୟରେ ୨୫୮୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୫୭୪ ଓ ସ୍ଥାନୀୟ ଅଞ୍ଚଳରୁ ୧୦୧୫ ଜଣ ଆକ୍ରାନ୍ତ ଥିବା ଜଣାଯାଇଛି। ୨୯ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭,୧୨୨କୁ ବୃଦ୍ଧି ପାଇଛି।