ପ୍ରବଳ ବର୍ଷା ଯୋଗୁଁ ଟ୍ରେନ୍‌ ଚଳାଚଳ ପ୍ରଭାବିତ, ବିଳମ୍ବରେ ଛାଡ଼ିଛି ବହୁ ଏକ୍ସପ୍ରେସ୍‌ ଓ ପାସେଞ୍ଚର୍‌ ଟ୍ରେନ୍‌

ଭୁବନେଶ୍ୱର: ଶନିବାର ଦିନ ଉପକୂଳବର୍ତ୍ତୀ ଅଞ୍ଚଳରେ ଲଘୁଚାପ ପ୍ରକୋପରୁ ଅତି ପ୍ରବଳ ବର୍ଷା ହୋଇ ଖୋର୍ଦ୍ଧା ଓ ଭୁବନେଶ୍ୱର ରେଳବାଇ ଷ୍ଟେସନ୍‌ ଏବଂ ପୁରୀ ୟାର୍ଡରେ ପାଣି ଜମି ରହିଥିବାରୁ ସେ ରାସ୍ତାରେ ଯାତାୟାତ କରୁଥିବା କେତେକ ରେଳଗାଡ଼ିର ସମୟ ପରିବର୍ତ୍ତନ କରାଯାଇଥିଲା। କିନ୍ତୁ ସମ୍ପୃକ୍ତ ଅଞ୍ଚଳ ସବୁରେ ଜଳସ୍ତର ହ୍ରାସ ପାଇବା ପରେ ଅଟକି ରହିଥିବା ଟ୍ରେନ୍‌ ସବୁ ଷ୍ଟେସନ୍‌ ଛାଡ଼ିଲେଣି।

୦୮୦୯୧ ଭୁବନେଶ୍ୱର – ପୁରୀ ରଥଯାତ୍ରା ସ୍ପେସାଲ୍‌ ଟ୍ରେନ୍‌ ୦୬୩୫ ଘଣ୍ଟା ପରିବର୍ତ୍ତେ ୦୮୧୧ ଘଣ୍ଟାରେ ସାକ୍ଷୀଗୋପାଳ ଛାଡ଼ିଛି।

୫୮୪୦୩ ଖୋର୍ଦ୍ଧା – ପୁରୀ ପାସେଞ୍ଚର୍‌ ଟ୍ରେନ୍‌ ୦୬୩୫ ଘଣ୍ଟା, ୦୭୦୦ ଘଣ୍ଟା ପରିବର୍ତ୍ତେ ୦୮୨୦ରେ ଖୋର୍ଦ୍ଧା ରୋଡ୍‌ ଛାଡ଼ିଛି।

୧୮୪୬୩ ଭୁବନେଶ୍ୱର – ବାଙ୍ଗାଲୋର୍‌ ପ୍ରଶାନ୍ତି ଏକ୍ସପ୍ରେସ୍‌ ୦୫୩୦ ଘଣ୍ଟା ପରିବର୍ତ୍ତେ ୦୬୩୫ରେ ଭୁବନେଶ୍ୱର ଛାଡ଼ିଛି।

୧୨୮୩୭ ହାଓଡ଼ା – ପୁରୀ ଏକ୍ସପ୍ରେସ୍‌ ୦୫୫୦ ପରିବର୍ତ୍ତେ ୦୬୨୮ରେ ରେତଙ୍ଗ ଛାଡ଼ିଛି।

୨୨୮୧୯ ଭୁବନେଶ୍ୱର – ବିଶାଖାପଟନମ୍‌ ଏସ୍‌ଏଫ୍‌ ଏକ୍ସପ୍ରେସ୍‌ ୦୭୩୫ ଘଣ୍ଟା ପରିବର୍ତ୍ତେ ୦୯୨୦ ଘଣ୍ଟାରେ ଭୁବନେଶ୍ୱର ଛାଡ଼ିଛି।

୧୭୦୧୫ ଭୁବନେଶ୍ୱର – ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସ୍‌ ୦୮୩୦ ଘଣ୍ଟା ପରିବର୍ତ୍ତେ ୦୯୦୦ ଘଣ୍ଟାରେ ଭୁବନେଶ୍ୱର ଛାଡ଼ିଛି।

୨୨୬୪୪ ତିରୁବନନ୍ତପୁରମ୍‌ – ଶାଲିମାର୍‌ ଏକ୍ସପ୍ରେସ୍‌ ୦୭୧୪ ଘଣ୍ଟା ପରିବର୍ତ୍ତେ ୦୯୦୭ ଘଣ୍ଟାରେ ଭୁବନେଶ୍ୱର ଛାଡ଼ିଛି।

୧୨୮୩୯ ହାଓଡ଼ା- ଚେନ୍ନାଇ ସେଣ୍ଟ୍ରାଲ୍‌ ମେଲ୍‌ ୦୭୦୨ ପରିବର୍ତ୍ତେ ୦୯.୧୦ ଘଣ୍ଟାରେ ଭୁବନେଶ୍ୱର ଛାଡ଼ିଛି।

୧୮୪୫୧ ହଟିଆ – ପୁରୀ ତପସ୍ୱିନୀ ଏକ୍ସପ୍ରେସ୍‌ ୦୬୩୫ ଘଣ୍ଟା ପରିବର୍ତ୍ତେ ୦୯.୧୦ ଘଣ୍ଟାରେ ଭୁବନେଶ୍ୱର ଛାଡ଼ିଛି।

୧୫୬୪୪ ପୁରୀ – କାମାକ୍ଷା ଏକ୍ସପ୍ରେସ୍‌ ୦୭୦୦ ଘଣ୍ଟା ପରିବର୍ତ୍ତେ ୦୯.୦୮ ଘଣ୍ଟାରେ ମଞ୍ଚେଶ୍ୱର ଷ୍ଟେସନ୍‌ ଛାଡ଼ିଛି।

୧୮୧୧୭ ରାଉରକେଲା – ଗୁଣୁପୁର ରଜ୍ୟରାଣୀ ଏକ୍ସପ୍ରେସ୍‌ ୦୮୧୦ ଘଣ୍ଟା ପରିବର୍ତ୍ତେ ୦୯.୧୨ ଘଣ୍ଟାରେ ଭୁବନେଶ୍ୱର ଛାଡ଼ିଛି।

ସମ୍ବନ୍ଧିତ ଖବର