ଭୁବନେଶ୍ବର: ଦିନକ ପରେ ଦେଶ ପାଳିବ ସ୍ୱାଧୀନତା ଦିବସ। ରାଜ୍ୟସ୍ତରୀୟ ପରେଡ ପାଇଁ ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ଶେଷ ହୋଇଛି ଫୁଲ ଡ୍ରେସ ରିହରସଲ। ପୁଲିସ ମହାନିର୍ଦ୍ଦେଶକ ଫୁଲ ଡ୍ରେସ ରିହରସଲରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।
ଚଳିତ ବର୍ଷ ପ୍ୟାରେଡରେ ୩ ଟି କଣ୍ଟିନଜେଣ୍ଟ ଭାଗ ନେବେ। ଏହା ସହ ବ୍ରାସ ବ୍ୟାଣ୍ଡ ମଧ୍ୟ ପରେଡରେ ସାମିଲ ହେବେ। ୩ ଟି କଣ୍ଟିଜେଣ୍ଟରେ ଓଡ୍ରାଫ, ଓଏସଏପି ଓ ଏସଏସବି ସାମିଲ ହେବେ। କେସିଙ୍ଗା ଏସଡିପିଓ ଅଭିନବ ଶୋନକର ପରେଡକୁ ଲିଡ କରୁଛନ୍ତି। କରୋନା କଟକଣାକୁ ନଜରରେ ରଖି ଛତ୍ରଛାତ୍ରୀମାନେ ଭାଗ ନେବେ ନାହିଁ। ଭୁବନେଶ୍ୱର ଡିସିପିଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା ରହିବ। ପୁରା ଗ୍ରାଉଣ୍ଡ ସିସିଟିଭି ବଳୟରେ ରହିବ। ଆଇନଶୃଙ୍ଖଳା ବ୍ୟବସ୍ଥାକୁ ନଜରରେ ରଖି ପରେଡ ଗ୍ରାଉଣ୍ଡରେ ୧୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ। ପ୍ରଦର୍ଶନୀ ପଡ଼ିଆ ଭିତରେ ୨ ସ୍ତରୀୟ ଓ ବାହାରେ ୩ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିବ ବୋଲି ସୂଚନା ଦେଲେ ପୁଲିସ କମିସନର। ରାଜ୍ୟସ୍ତରୀୟ ସ୍ଵାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିବେ।
ରାଜ୍ୟସ୍ତରୀୟ ପରେଡ ପାଇଁ ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ଶେଷ ହେଲା ଫୁଲ ଡ୍ରେସ ରିହରସଲ
/sambad/media/post_attachments/wp-content/uploads/2022/08/63630de3-225c-4f08-b3d5-c8fcd286be25.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)