ସପ୍ତମ ବେତନ ମୋଡାଲିଟିକୁ ୪୮୮,୬୬୨ କଲେଜ୍‌ କର୍ମଚାରୀ ସଂଘର ପ୍ରତ୍ୟାଖ୍ୟାନ

ପୁରୀ : ରାଜ୍ୟ ସରକାରଙ୍କ ସପ୍ତମ ବେତନ ମୋଡାଲିଟିକୁ ୪୮୮ ଓ ୬୬୨ କଲେଜ୍ ପୁରୀ ଜିଲ୍ଲା କର୍ମଚାରୀ ସଂଘ ପକ୍ଷରୁ ପ୍ରତ୍ୟାଖ୍ୟାନ କରାଯାଇଛି। ଏନେଇ ପୁରୀ ଜିଲ୍ଲାର ସମସ୍ତ ଡେମୋନଷ୍ଟ୍ରେଟର, ଲାଇବ୍ରେରିଆନ, ପିଇଟି, କିରାଣି, ଆଟେଣ୍ଡାଣ୍ଟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀମାନଙ୍କୁ ନେଇ ପ୍ରଶାନ୍ତ କୁମାର ବଳିୟାରସିଂହଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସପ୍ତମ ବେତନ ମୋଡାଲିଟିକୁ ତୀବ୍ର ବିରୋଧ କରାଯାଇଛି। ସରକାର ମୋଡାଲିଟିକୁ ପୁନଃ ବିଚାର କରି ୨୦୨୨ ଜାନୁଆରି ୧ ତାରିଖରୁ ପ୍ରତ୍ୟକ୍ଷ ଭାବେ ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି। ଯଦି ସରକାର ଏହାକୁ କାର୍ଯ୍ୟକାରୀ ନ କରନ୍ତି ତେବେ ଏହି ବର୍ଗର କର୍ମଚାରୀମାନେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି। ପୁରୀ ଜିଲ୍ଲା ସଂଘର ସଭାପତି ଶୁଭ୍ରଜିତ ନାୟକ, ସମ୍ପାଦକ ଗୁରୁଦେବ ଦଳାଇ, କୋଷାଧ୍ୟକ୍ଷ ମନୋଜ କୁମାର ନାୟକ ଓ ସଂଯୋଜକ ଅଜୟ କୁମାର ଗଜେନ୍ଦ୍ର ବୈଠକରେ ଉପସ୍ଥିତ ରହି ସରକାରଙ୍କ ଉଦ୍ଦେଶ୍ୟରେ ଦାବି ଉପସ୍ଥାପନ କରିଛନ୍ତି।

ସମ୍ବନ୍ଧିତ ଖବର