ମଦର ଟେରେସାଙ୍କର ଓଡିଶା ସହ ସମ୍ପର୍କ

ଭୁବନେଶ୍ୱର: ଆଜି ହେଉଛି ନୋବେଲ ପୁରସ୍କାର ବିଜୟିନୀ ତଥା ସମାଜସେବୀ ମଦର ଟେରେସାଙ୍କର ଜନ୍ମବାର୍ଷିକୀ | ମଦର ଟେରେସାଙ୍କର ଜନ୍ମ ୨୬ ଅଗଷ୍ଟ ୧୯୧୦ରେ ହୋଇଥିବାବେଳେ ଓଡିଶା ସହ ମଧ୍ୟ ତାଙ୍କର ସମ୍ପର୍କ ଥିଲା | ମଦର ଟେରେସା ୧୯୭୪ ମସିହାରେ ଭୁବନେଶ୍ୱର ବୁଲିବାକୁ ଆସିଥିଲେ |ସେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଓ ରାଜ୍ୟପାଳ ଆକବର ଅଲ୍ଲୀ ଖାନ୍‌ଙ୍କୁ ଭେଟିଥିଲେ। ଓଡ଼ିଶା ଗସ୍ତ ସମୟରେ ତାଙ୍କୁ ଓଡିଶା ଖୁବ୍‌ ଭଲ ଲାଗିଥିଲା। ଓଡ଼ିଶାରେ ମଦର ଟେରେସା ମିସିନାରୀ ଅଫ୍‌ ଚାରିଟି ନାମରେ ୧୩ଟି ସଂସ୍ଥା ରହିଛି।

ଅନ୍ୟପକ୍ଷରେ ଭୁବନେଶ୍ୱରର ସତ୍ୟନଗରରୁ କଟକ-ପୁରୀ ରୋଡ୍‌କୁ ସଂଯୋଗ କରୁଥିବା ଫ୍ଲାଇ ଓଭର ରାସ୍ତାକୁ ମଦର ଟେରେସାଙ୍କ ନାମରେ ନାମିତ କରାଯାଇଛି | ଏହି ରାସ୍ତାର ନାମ ‘ସନ୍ଥ ମଦର ଟେରେସା ମାର୍ଗ’ ରଖିବାକୁ ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ। ଯାହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଦର ଟେରେସାଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଥିଲେ |

ସେହିପରି ଟେରେସାଙ୍କ ଜନ୍ମବାର୍ଷିକୀରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି | ନବୀନ ଲେଖିଛନ୍ତି ଯେ ମଦର ଟେରେସାଙ୍କର ଗରିବଙ୍କ ପ୍ରତି ନିସ୍ଵାର୍ଥପର ସେବା ଆମକୁ ଅନୁପ୍ରାଣିତ କରେ |

ସମ୍ବନ୍ଧିତ ଖବର