ଆସିଲେନି ସଂପର୍କୀୟ, ଗ୍ରାମବାସୀ କଲେ ଶବ ସତ୍କାର

ଉତ୍କେଲା: ଏବେବି ବଞ୍ଚିଛି ମାନବିକତା। ଜଣେ ବ୍ୟକ୍ତିଙ୍କ ପରଲୋକ ପରେ ତାଙ୍କର କେହି ସଂପର୍କୀୟ ନଆସିବାରୁ ଗ୍ରାମବାସୀ ଶବ ସତ୍କାର କରିଥିଲେ। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କେସିଙ୍ଗା ବ୍ଲକ୍‌ ଅନ୍ତର୍ଗତ ପର୍ଥଲା ଗ୍ରାମରେ। ପର୍ଥଲା ଗ୍ରାମର ତିଲକର ମନଚ୍ଛିନା (୮୫)ଙ୍କ ଗତକାଲି ପରଲୋକ ହୋଇଯାଇଥିଲା।

ତିଲକରଙ୍କ କୌଣସି ସନ୍ତାନ ନଥିବାରୁ ତାଙ୍କର ପରିବାର ଲୋକଙ୍କୁ ମୃତ୍ୟୁ ଖବର ଗ୍ରାମବାସୀ ଜଣାଇଥିଲେ। କିନ୍ତୁ କେହି ଆସିନଥିଲେ। ତେଣୁ ପର୍ଥଲା ଆଦିକନ୍ଦ ସମାଜର ସଭାପତି ଅଲେଖ ମାଝୀଙ୍କ ଦ୍ବାରା ଏକ ବୈଠକ ଅନୁଷ୍ଠିତ ହେବା ସହ ଆଦିକନ୍ଦ ସମାଜ ଓ ଗ୍ରାମବାସୀ ମିଶି ତାଙ୍କର ଶବ ସତ୍କାର କରିଥିଲେ। ଶବ ସତ୍କାର ସମୟରେ ପୂର୍ବତନ ସରପଞ୍ଚ ମହେଶ୍ବର ପୁଟେଲ, ହିମାଂଶୁ ମାଝୀ, କେଦାର ମାଝୀ, ଗୁପ୍ତେଶ୍ବର ମାଝୀ, ଅନ୍ତ ମାଝୀ, କୃଷ୍ଣଚନ୍ଦ୍ର ମହାନ୍ତି, ସୁଧୀର ମାଝୀ, ଦୋଳଗୋବିନ୍ଦ ମାଝୀ, ମହେଶ୍ବରୀ ମାଝୀଙ୍କ ସମେତ ଆଦିକନ୍ଦ ସମାଜର କର୍ମକର୍ତ୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର