ଦଶରଥପୁର : ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କ ଘରକୁ ସମ୍ପର୍କୀୟମାନେ ଭାଙ୍ଗିଦେବା ସହ ଘରଛାଡ଼ି ନଗଲେ ପରିସ୍ଥିତି ଭୟାବହ ହେବ ବୋଲି ଧମକ ଦେଇଥିବା ମଙ୍ଗଳପୁର ଥାନାରେ ଅଭିଯୋଗ ହୋଇଛି।
ଅଭିଯୋଗ ମୁତାବକ, ଏହି ଥାନା ଅନ୍ତର୍ଗତ ବିଭୂତିପୁର ଗ୍ରାମର ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଛାଡ଼ିଦେବାରୁ ସେ ପ୍ରାୟ ୩୦ବର୍ଷ ହେଲା ଫେରିଆସି ତାଙ୍କ ବାପଘରେ ରହୁଥିଲେ। ପରେ ତାଙ୍କୁ ଏକ ସରକାରୀ ଆବାସ ଘର ମିଳିଥିଲା। ବାପଘର ଜମିରେ ଏକ ପକ୍କାଘର ନିର୍ମାଣ କରି ସେ ପୁଅବୋହୂଙ୍କ ସହିତ ରହୁଥିଲେ। କୌଣସି କାରଣରୁ ବର୍ଷେ ତଳେ ମହିଳା ଜଣକ ନିଜଘରେ ତାଲା ପକାଇ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳକୁ ପଳାଇ ଯାଇଥିଲେ। ଗତକାଲି ସେ ପୁଅବୋହୂଙ୍କ ସହିତ ନିଜ ଘରକୁ ଫେରିଥିଲେ। ହେଲେ ତାଙ୍କର କିଛି ସମ୍ପର୍କୀୟ ଏହି ଘରେ ସେମାନଙ୍କୁ ରହିବାକୁ ବାରଣ କରିଥିଲେ। ମହିଳା ଜଣକ ଏହାର ପ୍ରତିବାଦ କରିବାରୁ ଅଭିଯୁକ୍ତମାନେ ତାଙ୍କ ପକ୍କାଘରକୁ ଭଙ୍ଗାରୁଜା କରିଥିଲେ। ଘରୁ ବିଭିନ୍ନ ଆସବାବପତ୍ର ବାହାର କରି ଫିଙ୍ଗି ଦେଇଥିଲେ। ସେଠାରୁ ପଳାଇ ଯିବା ପାଇଁ ତାଙ୍କୁ ଧମକ ଦେଇଥିଲେ। ଏନେଇ ମହିଳା ଜଣକ ମଙ୍ଗଳପୁର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୋଗ ଗ୍ରହଣ କରି ତଦନ୍ତ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/21342cb3-7e9d-414e-a918-d0f589981ef4.jpg)