‘ପ୍ରବାସୀ ଓଡ଼ିଆଙ୍କୁ ୫ ହଜାର ଲେଖାଏଁ ଦେବାର ଥିଲା’

ଯେଉଁ ପ୍ୟାକେଜ୍‌ ଘୋଷଣା ହୋଇଛି ତାହାକୁ ନେଇ କେତେଜଣ କ୍ୟାସ୍‌ ଟ୍ରାନ୍ସଫର କଥା ଉଠାଇଛନ୍ତି। ତେବେ ମୋ ମତରେ ସେଭଳି କରିବା ଦ୍ବାରା ବିଶେଷ ଉପକାର ହେବ ନାହିଁ। ବରଂ ରାଜ୍ୟ ବାହାରେ ମାସକୁ ୧୫ରୁ ୨୦ ହଜାର ଟଙ୍କା ରୋଜଗାର କରୁଥିବା ପ୍ରବାସୀ ଓଡ଼ିଆଙ୍କୁ ୫ ହଜାର ଟଙ୍କା ଲେଖାଏ ଦେବାର ଥିଲା। ଏମ୍‌ଏସ୍‌ଏମ୍‌ଇ ପାଇଁ ମଧ୍ୟ ବହୁ ଟଙ୍କା ଦିଆଯାଇଛି। ତେବେ ରାଜ୍ୟ ସରକାରଙ୍କ ସହଯୋଗ ରହିଲେ ଏକ୍ଷେତ୍ରରେ ଆମେ ଆଗକୁ ବଢ଼ିପାରିବା। ଯୁବପିଢ଼ିଙ୍କୁ ଦକ୍ଷତା ତାଲିମ, ବଜାର ସୁବିଧା ଯୋଗାଇବା, ଯେଉଁ ଅଞ୍ଚଳରେ ସ୍କୋପ୍‌ ରହିଛି ସେଠାକାର ଲୋକଙ୍କୁ ସ୍ବତନ୍ତ୍ର ଭାବେ ତାଲିମ ଦିଆଗଲେ ଓଡ଼ିଶାର ଲୋକେ ଉପକୃତ ହୋଇପାରିବେ। କେନ୍ଦ୍ର ସରକାର କ୍ଲଷ୍ଟର କଥା ବି କହିଛନ୍ତି। ଏଥିପାଇଁ ଆମ ପାଖରେ ପର୍ଯ୍ୟାପ୍ତ ସୁଯୋଗ ରହିଛି। କନ୍ଧମାଳ ହଳିଦୀ, ଦେବଗଡ଼ରେ ଲଙ୍କା, ଢେଙ୍କାନାଳ ଓ ଅନୁଗୁଳରେ ଆମ୍ବକୁ ନେଇ ଯଦି କ୍ଲଷ୍ଟର କରାଯାଇ ଚାଷୀଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯାଏ ତେବେ ନିଯୁକ୍ତି ସୁଯୋଗ ବଢ଼ିବ। ଓଡ଼ିଶାରୁ ଯାଇ ସୁରତରେ ଲୁଗା ବୁଣା କାର୍ଯ୍ୟରେ ନିୟୋଜିତ ଥିବା ଯୁବକଙ୍କୁ ଯଦି ଏଠାରେ ସୁଯୋଗ ମିଳେ ସେମାନେ ବହୁ ଉପକୃତ ହୋଇପାରିବେ। କାରଣ ଓଡ଼ିଶାରୁ ୪ ଲକ୍ଷ ଟନ୍‌ କପା ଉତ୍ପାଦନ ହେଉଛି। ଆଗାମୀ ୩ ମାସ ପାଇଁ ଚାଷ କାର୍ଯ୍ୟକୁ ଏମ୍‌ଜିଏନ୍‌ଆରଇଜିଏରେ ଯୋଗ କରାଯାଉ।

– ନଟବର ଖୁଣ୍ଟିଆ, ବିଶିଷ୍ଟ ଅର୍ଥନୀତିଜ୍ଞ

ସମ୍ବନ୍ଧିତ ଖବର