ଜଳିଗଲା ରିଲିଫ୍‌ ବୋଟ୍‌

ମାର୍ଶାଘାଇ : କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ୍‌ ଯଜ୍ଞମଠ ନିକଟ ଲଞ୍ଚ ଘାଟରେ ଥିବା ‘ଏମଏଲ ଭାର୍ଗବୀ’ ନାମକ ଏକ ସ୍ବତନ୍ତ୍ର ରିଲିଫ୍‌ ବୋଟ୍‌ ଜଳିଯାଇଛି। ନିଆଁ ଲାଗିବାର କାରଣ ଜଣା ପଡ଼ିନାହିଁ। ଆଜି ୪୦ଲକ୍ଷ ଟଙ୍କା ମୂଲ୍ୟର ବୋଟ୍‌ଟି ପୋଡ଼ିଯିବା ଘଟଣାକୁ ନେଇ ନାନା ସନ୍ଦେହ ପ୍ରକାଶ ପାଇଛି। ସୂଚନା ଥାଉ କି, କିଛି ବର୍ଷ ହେଲା ବୋଟ୍‌ଟି ସେଠାରେ ରହିଛି। ଆଜି ଦିନ ପ୍ରାୟ ୧୨ଟାରେ ବୋଟ୍‌ଟି ଜଳଥୁବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ନଦୀରୁ ପାଣି ଆଣି ନିଅାଁ ଲିଭାଇବାକୁ ଉଦ୍ୟମ କରିବା ସହିତ ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ। ୨ଟି ଦମକଳ ଗାଡି ପହଞ୍ଚି ନିଆଁ ଲିଭାଇଥିଲେ ବି ସେତେବେଳକୁ ବୋଟ୍‌ଟି ସ˚ପୂର୍ଣ୍ଣ ପୋଡ଼ି ଯାଇଛି।

ସମ୍ବନ୍ଧିତ ଖବର