୫ ଜିଲ୍ଲାକୁ ୭ ଦିନିଆ ରିଲିଫ ଘୋଷଣା କଲେ ନବୀନ, ବୟସ୍କ ବ୍ୟକ୍ତି ଦିନକୁ ପାଇବେ ୬୦ ଟଙ୍କା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସନ୍ଧ୍ୟାରେ ବନ୍ୟା ପ୍ରଭାବିତ ୫ ଜିଲ୍ଲା ପାଇଁ ୭ ଦିନିଆ ରିଲିଫ ଘୋଷଣା କରିଛନ୍ତି। କଳାହାଣ୍ଡି, ବୌଦ୍ଧ, କନ୍ଧମାଳ, ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବାରୁ ସ୍ଥିତି ଖରାପ ହୋଇଛି। ରାଜ୍ୟ ସରକାର ବୟସ୍କ ବ୍ୟକ୍ତିଙ୍କ ପାଇଁ ଦିନକୁ ୬୦ ଟଙ୍କା ଓ ପିଲାମାନଙ୍କ ପାଇଁ ଦିନକୁ ୪୫ ଟଙ୍କାର ରିଲିଫ ଘୋଷଣା କରିଛନ୍ତି।

ରିଲିଫ ଘୋଷଣା କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ୟାସ୍ଥିତି ସମୀକ୍ଷା କରିଛନ୍ତି। ନବୀନ ଲୋକସେବା ଭବନରୁ ଭିଡିଓ କନ୍‌ଫେରେନ୍ସିଂ ମାଧ୍ୟମରେ ସଂପୃକ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି।

ଅଗଷ୍ଟ ୧୫ ସକାଳେ ମହାନଦୀରେ ବନ୍ୟା ଜଳ ପ୍ରବାହିତ ହେବ। ହୀରାକୁଦ ଜଳଭଣ୍ଡାରରୁ ବୁଧବାର ବନ୍ୟାଜଳ ନିଷ୍କାସନ କରାଯିବା ପରେ ୧୦ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେବାର ସମ୍ଭାବନ ରହିଛି। ମୁଖ୍ୟମନ୍ତ୍ରୀ ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ନୟାଗଡ଼ ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ନଦୀକୂଳିଆ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର