ଢେଙ୍କାନାଳ: ଢେଙ୍କାନାଳ ସଦର ବ୍ଲକ ବଣସିଂହ ପଞ୍ଚାୟତ ବଡନାଗନା ଗ୍ରାମସ୍ଥିତ ବ୍ରାହ୍ମଣୀ ନଦୀବାଲିପଠାରେ କ୍ଷତବିକ୍ଷତ ଅବସ୍ଥାରେ ପଡିଥିବା ୩ ମାସର ଏକ ମୃତ ଅଣ୍ଡିରା ହାତୀଛୁଆକୁ ବନ ବିଭାଗ ଗତ ୧୯ ତାରିଖରେ ଉଦ୍ଧାର କରିଥିଲା। ସୂଚନା ଅନୁଯାୟୀ, ଦିପାବଳୀ ଦିନ ବଡନାଗନା ବ୍ରାହ୍ମଣୀ ବାଲିପଠାରେ ପାଣିକୁ ଲାଗି ଏକ ହାତୀଛୁଆ ମରି ପଡିଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ। ଖବର ପାଇ ବନ ବିଭାଗ ସଦର ରେଞ୍ଜ ଅଧିକାରୀ ଅଶୋକ ଭଞ୍ଜ ଏବଂ ବିଭାଗୀୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ମୃତ ଦେହ ବ୍ୟବଚ୍ଛେଦ କରାଯିବା ପରେ ହାତୀ ଛୁଆକୁ ସେଠାରେ ଗାତ ଖୋଳି ପୋତି ଦିଆଯାଇଥିଲା। ୩ ମାସର ଏହି ହାତୀଛୁଆ ଦେହରେ ଅନେକ କ୍ଷତ ରହିଥିବା ବେଳେ ନଦୀ ପାର୍ ହେବା ସମୟରେ ହାତୀପଲଙ୍କ ଦଳାଚକଟାରେ ଶାବକଟି ମରିଯାଇଥିବା ରେଞ୍ଜ ଅଧିକାରୀ ଶ୍ରୀ ଭଞ୍ଜ କହିଛନ୍ତି। ଆଜି ଢେଙ୍କାନାଳ ଡିଏଫଓ ଓ ଏସିସିଏଫ୍ ଘଟଣାସ୍ଥଳ ପରିଦର୍ଶନ କରି ହାତୀଛୁଆର ମୃତ୍ୟୁ କାରଣ ଅନୁଧ୍ୟାନ କରିଛନ୍ତି।
ନଦୀପଠାରୁ ହାତୀ ଶାବକର ମୃତଦେହ ଉଦ୍ଧାର
/sambad/media/post_attachments/wp-content/uploads/2017/10/download-2-15.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)