ଅଦିନିଆ ବର୍ଷା: ଫସଲ ନଷ୍ଟ ହୋଇଥିଲେ ମିଳିବ କ୍ଷତିପୂରଣ

ଭୁବନେଶ୍ୱର : ଗତ ଦୁଇ ଦିନ ଧରି ହୋଇଥିବା ଅଦିନିଆ ବର୍ଷାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଫସଲ ନଷ୍ଟ ହୋଇଛି। ଚାଷୀ ମୁଣ୍ଡରେ ହାତ ଦେଇଛି। ଫସଲ ନଷ୍ଟ ହୋଇଥିଲେ କ୍ଷତିପୂରଣ ମିଳିବ ବୋଲି ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ସୂଚନା ଦେଇଛନ୍ତି। ଏଥି ପାଇଁ ଜିଲ୍ଲାପାଳଙ୍କୁ ରିପୋର୍ଟ ମଗାଯିବ। ରିପୋର୍ଟ ଭିତ୍ତିରେ କ୍ଷତିପୂରଣ ନିଶ୍ଚିତ ମିଳିବ ବୋଲି ମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି। ଚଳିତ ବର୍ଷ ପୂର୍ବରୁ ମରୁଡ଼ି, ପୋକ ଆକ୍ରମଣ ଓ ଅଦିନିଆ ବର୍ଷା ପାଇଁ କ୍ଷତିପୂରଣ ମିଳିସାରିଛି।

ସମ୍ବନ୍ଧିତ ଖବର