ଭୁବନେଶ୍ୱର : ଲଘୁଚାପ ଜନିତ ଲଗାଣ ବର୍ଷାରେ ୧୫ଟି ଜିଲ୍ଲାର ଚାଷୀମାନେ ପ୍ରଭାବିତ ହୋଇଛନ୍ତି। କ୍ଷତିଗ୍ରସ୍ତ ଚାଷୀମାନଙ୍କୁ କ୍ଷତିପୂରଣ ବାବଦ ସହାୟତା ପ୍ରଦାନ କରାଯିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି। ଆଜି ରାଜସ୍ୱ ମନ୍ତ୍ରୀ କହିଲେ ଯେ ଲଗାଣ ବର୍ଷାରେ ଚାଷୀମାନଙ୍କୁ କ୍ଷତିପୂରଣ ଆକଳନ ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ଯେଉଁ ଅଞ୍ଚଳରେ ସାଧାରଣ ବର୍ଷା ତୁଳନାରେ ଲଘୁଚାପ ଜନିତ ବର୍ଷା ତିନିଗୁଣରୁ ଅଧିକ ରେକର୍ଡ ହୋଇଥିବା ସେ ଅଞ୍ଚଳକୁ ପ୍ରଭାବିତ ବିବେଚନା କରାଯିବ। ସେ ଅଞ୍ଚଳର ଚାଷୀମାନେ କ୍ଷତିପୂରଣ ପାଇପାରିବେ। ବର୍ତମାନ ସୁଦ୍ଧା ଦୁଇଦିନ ବର୍ଷାର ରିପୋର୍ଟ ସରକାରଙ୍କ ହସ୍ତଗତ ହୋଇଛି। ଆଉ ଦିନକର ବୃଷ୍ଟିପାତ ଜନିତ କ୍ଷୟକ୍ଷତି ରିପୋର୍ଟ ମିଳିବା ପରେ କ୍ଷତିପୂରଣ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ମହାନ୍ତି କହିଛନ୍ତିି। କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଡା. ଦାମୋଦର ରାଉତ ଲଘୁଚାପ ଜନିତ ବର୍ଷା କ୍ଷୟକ୍ଷତି ନେଇ ୧୭ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିଛନ୍ତି। ସ୍ୱତନ୍ତ୍ର ରିଲିଫ କମିସନର ବିଷ୍ଣୁପଦ ସେଠୀ ମଧ୍ୟ ସହାୟତା ପ୍ରଦାନ ସଂପର୍କରେ ସୂଚନା ଦେଇଥିଲେ।
ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ
/sambad/media/post_attachments/wp-content/uploads/2017/11/Arjun-Paddy.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)